ଝାଡ଼ଖଣ୍ଡରେ ଲ୍ଯାଣ୍ଡମାଇନକୁ ନିଷ୍କ୍ରିୟ କଲା ପୋଲିସ ଟିମ। ଚାଇବାସା ଅଂଚଳରେ ଠାବ ହୋଇଥିଲା ୧୦ କେଜି ଓଜନର ଏକ ଲ୍ଯାଣ୍ଡମାଇନ। ଚାଇବାସ ପୋଲିସ ଓ ସିଆରପିଏଫ୍ ବାଟାଲିୟନ ପକ୍ଷରୁ କମ୍ବି ଅପରେସନ ବେଳେ ଏହି ଲ୍ଯାଣ୍ଡମାଇନ ଉଦ୍ଧାର ହୋଇଥିଲା। ଟୋଣ୍ଟୋ ଥାନା ଅଂଚଳରୁ ଏହି ଲ୍ଯାଣ୍ଡମାଇନ ଉଦ୍ଧାର ହୋଇଥିଲା। ଲ୍ଯାଣ୍ଡମାଇନ ଠାବ ପରେ ସେହି ସ୍ଥାନରେ ହିଁ ଏହାକୁ ନିଷ୍କ୍ରିୟ କରିଥିଲେ ସୁରକ୍ଷାକର୍ମୀ। ଲ୍ଯାଣ୍ଡମାଇନକୁ କଣ୍ଟ୍ରୋଲ ବ୍ଲାଷ୍ଟ ପ୍ରଣାଳୀରେ ନିଷ୍କ୍ରିୟ କରାଯାଇଥିଲା।.