ସଂଚାର ବ୍ୟୁରୋ: କୋରାପୁଟ ଲକ୍ଷ୍ମୀପୁରରେ ଚାଞ୍ଚଲ୍ୟ । ପାରିବାରିକ କଳହରୁ ରେଲୱେ କଲୋନୀରେ ହତ୍ୟାକାଣ୍ଡ । ଶ୍ବଶୁରଙ୍କୁ ହତ୍ୟା କରିଛି ଜ୍ବାଇଁ। ଶାଶୁଙ୍କ ଅବସ୍ଥା ଗୁରୁତର ଅଛି। ସୂଚନା ଅନୁସାରେ, ଜ୍ବାଇଁ କୃଷ୍ଣ ଜାନି ମଦ ପିଇ ଝିଅକୁ ଆକ୍ରମଣ କରିବା ସମୟରେ ଅଟକାଇଥିଲେ ଶ୍ବଶୁର। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜ୍ବାଇଁ ଶ୍ବଶୁରଙ୍କୁ ଲୁହାରଡରେ ଭୁସି ହତ୍ୟା କରିଥିଲା। ମୃତକ ହେଲେ ତଳ ଚମ୍ପୀ ଗାଁର ଲଚନ୍ ବଇପାରି । ଅଭିଯୁକ୍ତ ଜ୍ବାଇଁର ଟାର୍ଗେଟରେ ଥିଲା ପୂରା ପରିବାର। ଘଟଣାରେ ଲକ୍ଷ୍ମୀପୁର ପୋଲିସର ଛାନବିନ ଜାରି ରଖିଥିବା ବେଳେ, ଅଭିଯୁକ୍ତ ଜ୍ବାଇଁ କୃଷ୍ଣ ଜାନିକୁ ଅଟକ ରଖାଯାଇଛି।