ଜୟ ଶ୍ରୀରାମ ସ୍ଲୋଗାନକୁ ଟକ୍କର ଦେବ ଜୟ ଶିବାଜୀ ଓ ଜୟ ଭବାନୀ ସ୍ଲୋଗାନ। ଏଣିକି ସବୁଠି ଜୟ ଶିବାଜୀ ଓ ଜୟ ଭବାନୀ ସ୍ଲୋଗାନ ଦେବାକୁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେ। ବିଶେଷ କରି ବିଜେପିକୁ କାଉଣ୍ଟର କରିବା ଲାଗି ଏହି ଆହ୍ବାନ ଦେଇଛନ୍ତି। ମୁଲୁନ୍ଦରେ ଆୟୋଜିତ ସମାବେଶରେ ସେ ଏହି ଆହ୍ବାନ ଦେଇଛନ୍ତି. ଏହି ସଭାରେ ସେ ବିଜେପି ଶାସନକୁ ଆଡଲଫ ହିଟଲର ଶାସନ ସହ ତୁଳନା କରିଥିଲେ। ସେ କହିଥିଲେ- ସମାଜକୁ ବିଜେପି କଳୁଷିତ କରିସାରିଲାଣି। ଏହା ବିରୋଧରେ ସେ ବିଜେପିକୁ ଉଚିତ ଜବାବ ଦେବେ। ପାକିସ୍ତାନ ସହ ଭାରତର ମ୍ୟାଚକୁ ବିଜେପି ବିରୋଧ କରୁଥିଲା। ମାତ୍ର ବର୍ତ୍ତମାନ ଭାରତ ଉଭୟ ବାଂଲାଦେଶ ଓ ପାକିସ୍ତାନ ସହ ମ୍ୟାଚ ଖେଳୁଛି। ସେହିପରି ଉଦ୍ଧବ ଠାକରେ ଯେପରି ବିଭିନ୍ନ ପ୍ରକଳ୍ପକୁ ବନ୍ଦ କରିଥିଲେ ସେପରି ସେ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ କରିଥିବା କଟାକ୍ଷକୁ ସମାଲୋଚନା କରିଥିଲେ ଉଦ୍ଧବ।