ସଂଚାର ବ୍ୟୁରୋ: ପୁଣି ଲଜ୍ଜା । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଅଟକ ରଖି ପୋଲିସର ତଦନ୍ତ ଆରମ୍ଭ । ଗତକାଲି ରାତିରେ ପୀଡ଼ିତା ଦୋକାନକୁ ସଉଦା ପାଇଁ ଯାଇ ଆଉ ଫେରିନଥିଲେ । ଖୋଜାଖୋଜି ବେଳେ ଝିଅକୁ ଏକ ପଥର ଖଣି ପାଖରେ ଗୁରୁତର ଅବସ୍ଥା ପାଇଥିଲେ ପରିବାର ଲୋକ। ଝିଅକୁ କୁଦିଆରି ଅଞ୍ଚଳର ଶଙ୍କର ବେହେରା ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଶଙ୍କରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ଭୁବନେଶ୍ୱର ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଟଣୀ ପୋଲିସ ସୂଚନା ଦେଇଛି। ଅଭିଯୁକ୍ତକୁ କଠୋର ଦଣ୍ଡ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି।