ସଂଚାର ବ୍ୟୁରୋ: ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଜଟଣୀ ପୋଷ୍ଟ ଅଫିସ ସାମ୍ନାରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତା ଏବଂ ପରକୀୟା ପ୍ରୀତି ଯୋଗୁଁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଯାହା ସୂଚନା ମିଳିଛି I ଆହତ ଯୁବକ ଜଣଙ୍କ ହେଲେ ଚନ୍ଦନ ନାୟକ । ଚନ୍ଦନ ନାଏକଙ୍କ ବେକ ଏବଂ ପିଠିରେ ଗଭୀର ଆଘାତ ଲାଗିଛି I ଚନ୍ଦନଙ୍କୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏମସଙ୍କୁ ସ୍ଥାନାନ୍ତର କରାଯାଇଛି I ଏହି ଘଟଣାରେ ଅଭିଯୁକ୍ତ ସୁଶାନ୍ତ ନାୟକକୁ ଗିରଫ କରିବା ସହ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି ଜଟଣୀ ପୋଲିସ