ସଂଚାର ବ୍ୟୁରୋ: ରାମ ନବମୀ ଦେଖିବାକୁ ଆସି ଦୁର୍ଘଟଣାରେ ଗଲା ଜୀବନ। ଟ୍ରକ ଧକ୍କା ଦେବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି। ଭଦ୍ରକ ଜାମୁଝାଡି ବାସୁଦେବପୁର ରାସ୍ତାର ଗୁଆଗାଁ ବରଫ କଳ ନିକଟରେ ଘଟିଥିଲା ଏ ଦୁର୍ଘଟଣା।ଗତକାଲି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ପାଳିତ ହେଉଥିଲା ଶ୍ରୀରାମ ନବମୀ ଉତ୍ସବ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା କଳସ ଶୋଭାଯାତ୍ରା।ବିଭିନ୍ନ ଅଂଚଳରୁ ଆସିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ବାଲେଶ୍ଵର ଜିଲ୍ଲା ନାରଣପୁରର ପଦ୍ମଲୋଚନ ଦଳେଇ ଓ ସତ୍ଯଜିତ ମହାନ୍ତି କଳସ ଶୋଭାଯାତ୍ରାର ସାମିଲ ହୋଇଥିଲେ। ବେତଡ଼ା ପଟୁ ଯାତ୍ରାକୁ ଆସୁଥିବାବେଳେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ବାଇକ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲ ନେଇଥିବାବେଲେ ଡାକ୍ତର ପଦ୍ମଲୋଚନଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟଜିତ ନାମକ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।