ଭୂକମ୍ପରେ ଥରିଲା ଜମ୍ମୁ ଏବଂ କଶ୍ମୀରର ଡୋଡା ଅଞ୍ଚଳ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆଜି ଭୋର ୦୪:୩୭ ସମୟରେ ଜମ୍ମୁ ଏବଂ କଶ୍ମୀରର ଡୋଡାରେ ଝଟକା ଅନୁଭୂତ ହୋଇଥିଲା । ଏହା ରିକ୍ଟର ସ୍କେଲରେ ୪.୬ ତୀବ୍ରତାର ରେକର୍ଡ ହୋଇଥିଲା । ଠିକ୍ ଏହାର ୧୦ ମିନିଟ ପରେ ପୁଣି ୩.୦ ତୀବ୍ରତା ଭୂକମ୍ପ ଆସିଥିଲା । ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ନାହିଁ ।
ଏହି ସମୟରେ, ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)ର ଏକ ବିବୃତ୍ତି ଅନୁଯାୟୀ, ରବିବାର ମିଆଁମାରରେ ୪.୦ ତୀବ୍ରତାର ଆଉ ଏକ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ଜମ୍ମୁ କଶ୍ମୀରର କଟରା ଠାରୁ ୯୨ କିମି ଦୂରରେ ରହିଥିଲା ।
ଏହା ପୂର୍ବରୁ ଶନିବାର ସନ୍ଧ୍ୟା ସମୟରେ ଏକ ଭୟଙ୍କର ଘୂର୍ଣ୍ଣିଝଡ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଥିଲେ । ଏହି ଘୂର୍ଣ୍ଣିଝଡ ପ୍ରାୟ ୧୦ ମିନିଟ ଯାଏଁ ରହିଥିଲା । ଏହାର କିଛି ସମୟ ପରେ ଭୂକମ୍ପ ଝଟକା ଯୋଗୁଁ ଲୋକଙ୍କ ସମସ୍ୟା ବଢିଯାଇଛି ।
