ଜାମ୍ମୁ କାଶ୍ମୀର କଠୁଆ ଅଂଚଳରେ ଆତଙ୍କବାଦୀଙ୍କ ଲାଲତାଣ୍ଡବ। ଦିନ ଦିନ ତଳୁ ନିଖୋଜ ୩ ଯୁବକଙ୍କ ଆଜି ମିଳିଲା ମୃତଦେହ।ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି। କଠୁଆ ଜିଲ୍ଲାରୁ ଗତ ୩ ଦିନ ତଲେ ସମସ୍ତେ ନିଖୋଜ ହୋଇଯାଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟ ନାବାଳକ ରହିଛି। ୩ ଜଣଙ୍କ ମୃତ୍ୟୁ ନେଇ ଆତଙ୍କୀ ଗତିବିଧି ସନ୍ଦେହ କରାଯାଉଛି। ଅଂଚଳରେ ଆତଙ୍କୀ ଉପସ୍ଥିତି ଥିବା ସନ୍ଦେହ କରିଛନ୍ତି ସୁରକ୍ଷାକର୍ମୀ। ଯବାନଙ୍କୁ ଟକ୍କର ଦେଇନପାରି ଏବେ ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଥିବା ଆଶଂକା କରାଯାଉଛି। ଏକ ବିବାହ ଭୋଜିକୁ ଯାଉଥିବାବେଳେ ନିଖୋଜ ହୋଇଯାଇଥିଲେ ୩ ଜଣ ଯୁବକ। ଜାମ୍ମୁ କାଶ୍ମୀରରେ ଲଗାତାର ଦୁଇ ବର୍ଷ ଧରି ଅନେକ ଆତଙ୍କୀ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଗତ ମାସରେ ଏହି ଅଞ୍ଚଳରେ ଜଣେ ବ୍ଯକ୍ତିଙ୍କ ସନ୍ଦେଜନକ ଅବସ୍ଥାରେ ମୃତ୍ଯ ଘଟିଥିଲା। କାଶ୍ମୀର ଲୋକଙ୍କୁ ଏକୁଟିଆ ଦେଖି ଆତଙ୍କୀ ହମଲା କରୁଥିବା ଜଣାପଡିଛି। ମୃତକ ଯୋଗେଶ ସିଂହ, ଦର୍ଶନ ସିଂହ ଏବଂ ନାବାଳକ ବରୁଣ ସିଂହ ଗତ ବୁଧବାର ଅପରାହ୍ନରେ ବିଲାବର ଗାଁରେ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଉଥିଲେ। ସେଠାରେ ସମସ୍ତେ ନିଖୋଜ ହୋଇଯାଇଥିଲେ। ନିଖୋଜ ଖବର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଖାନତଲାସି ଆରମ୍ଭ ହୋଇଥିଲା। ଏହାପରେ ଲୋହାଇ ମହ୍ଲାର ଅଂଚଳରୁ ସେମାନଙ୍କ ମୃତଦେହ ମିଳିଥିଲା।