ସଂଚାର ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ କିଏ କରିବେ ସରକାର। ବହୁ ହେଭିୱେଟଙ୍କ ମଧ୍ଯରେ ପଶିଲାଣି ଛନକା। ଚଳିତ ନିର୍ବାଚନ କଂଗ୍ରେସ, ନ୍ଯାସନାଲ କନଫରେନ୍ସ, ବିଜେପି, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ଆପନି ପାର୍ଟି, ସିପିଏମ, ଜେକେ ପିପୁଲ୍ସ କନଫରେନ୍ସ, ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି, ଜେକେ ଆଓ୍ବାମି ଇତେହାଦ ପାର୍ଟି ଲାଗି ହେବ ଅଗ୍ନି ପରୀକ୍ଷା। ଆସନ୍ତା ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ହିଁ ନିର୍ବାଚନରେ ହୋଇଛି ମୁଖ୍ଯ ପ୍ରସଙ୍ଗ। ବିଜେପି ଲାଗି ଧକ୍କା ସାଜିପାରେ ଧାରା ୩୭୦ ଉଚ୍ଛେଦ। ଗତ ୩୧ ଅକ୍ଟୋବର ୨୦୧୯ରେ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଙ୍ଗିଦିଆଯାଇଥିଲା। ସେଗୁଡିକ ହେଲା- ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ। ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଥିଲେ ବିଜେପି, ଆପ, ଏଆଇଏଡିଏମକେ, ଟିଡିପି, ଓ୍ବାଇଏସଆର କଂଗ୍ରେସ, ଶିବସେନା। ସେହିପରି ଉଚ୍ଛେଦକୁ ବିରୋଧ କରିଥିଲେ କଂଗ୍ରେସ, ଏନସି, ଜେକେପିଡିପି, ସିପିଏମ, ଟିଏମସି। …