ସଂଚାର ବ୍ୟୁରୋ: ଲଗାଣ ବର୍ଷାରେ ଧସିଲା ରାସ୍ତା ପାର୍ଶ୍ବର ମାଟି ଅତଡା । ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡି । ବାଲେଶ୍ବର ଜିଲ୍ଲା କମର୍ଦା -ବାଲିଆପାଳ ମୁଖ୍ୟ ରାସ୍ତାର ଝାଡପିମ୍ପଳ ନିକଟ ରାସ୍ତା ପାର୍ଶ୍ବରେ ୨୦ ଫୁଟ ତଳକୁ ଧସିଛି ମାଟି ଅତଡା । ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଧସିଛି ମାଟି ଅତଡା । ଫଳରେ ଭୋଗରାଇରୁ – ବାଲିଆପାଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଗୁଡିକ ଅଟକି ରହିଛି । ତେଣୁ ଖୁବ ଶିଘ୍ର ଏହାକୁ ମରାମତି କରିବାକୁ ଦାବି ହୋଇଛି । ଯଦି ଏହାକୁ ମରାମତି ନକରାଯାଏ ତେବେ ରାସ୍ତା ଭାଙ୍ଗିଯିବାର ସମ୍ଭାବନା ରହିଛି ।