ସଂଚାର ବ୍ୟୁରୋ: ଯାଜପୁର ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ। ଖରସ୍ରୋତା ବ୍ରିଜ ଉପରୁ ନଦୀକୁ ଡେଇଁ ଯୁବତୀ ନିଖୋଜ। ବ୍ରିଜ ଉପରେ ନିଜର ସ୍କୁଟି ଜୋତା ,ମୋବାଇଲ୍ ଫୋନ୍ ଥୋଇ ଭରା ନଦୀକୁ ଡେଇଁ ପଡ଼ିଲେ ଯୁବତୀ। ତେବେ ଯୁବତୀଙ୍କ ସ୍କୁଟିରେ କେତେକ ଡକ୍ୟୁମେଣ୍ଟ ଓ କାଗଜ ପତ୍ର ମଧ୍ୟ ରହିଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗାଡ଼ି ମୋବାଇଲ୍ ଫୋନ୍ ଜୋତାକୁ ଜବତ କରିଛି ପୋଲିସ । ନିଖୋଜ ଯୁବତୀ ମନ୍ଦାକିନୀ ସାମଲ ବୋଲି ଜଣାପଡ଼ିଥିବା ବେଳେ ଘର କେଉଁଠି ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।