ସଂଚାର ବ୍ୟୁରୋ: ଯାଜପୁର ଟାଉନ୍ ପୋଲିସକୁ ସଫଳତା । ସହରରେ ସିରଜ୍ ଚୋରି ଘଟଣାରେ ଜଣେ ସହଯୋଗୀ ଓ ଅନ୍ୟ ୬ ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ । ଗିରଫ ଅଭିଯୁକ୍ତ ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ଜଣାପଡିଛି । ନଗଦ ୪ ଲକ୍ଷ ଟଙ୍କା ସହିତ ବିଭିନ୍ନ ମାରଣାସ୍ତ୍ର ଓ ଦୁଇଟି ମୋବାଇଲ ଜବତ କରିଛି ପୋଲିସ୍ । ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ । ବୈଦ୍ୟରାଜ ନଗର ଓ ଲଳିତେଶ୍ବର ନଗର ଆଦି ଅଞ୍ଚଳରେ ଚୋରି ନେଇ ଅଭିଯୋଗ ହୋଇଥିଲା । ଟାଉନ୍ ଥାନା ଅଧିକାରୀ ଶରତ ପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାର ତଦନ୍ତ କରୁଥିଲା ।