Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଯାଜୁପରକୁ ଏତେ ଦରଦ କାହିଁକି ? ୩ ବର୍ଷରେ ୩ ହଜାର କୋଟିରୁ ଅଧିକ ଅନୁଦାନ

Sanchar Live by Sanchar Live
August 23, 2024
in ରାଜନୀତି
0
ଯାଜୁପରକୁ ଏତେ ଦରଦ କାହିଁକି ? ୩ ବର୍ଷରେ ୩ ହଜାର କୋଟିରୁ ଅଧିକ ଅନୁଦାନ
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ପୁଣି ଚର୍ଚ୍ଚାରେ ଯାଜପୁର । ୩ ବର୍ଷରେ ୩ ହଜାର କୋଟିରୁ ଅଧିକ ଅନୁଦାନ ଦିଆଯାଇଛି କେବଳ ଯାଜପୁର ଜିଲ୍ଲାକୁ । ବାକି ୨୯ ଜିଲ୍ଲା ଗୋଟିଏ ପଟେ ରହିଥିବାବେଳେ ବିଜେଡି ସାଂଗଠନିକ ସମ୍ପାଦକଙ୍କ ଜିଲ୍ଲା ଅନ୍ୟପଟେ । ବିଜେଡି ସରକାର ଏହି ଜିଲ୍ଲାକୁ ଦରଦ ଦେଖାଇ ପାଣ୍ଠି ଦେଉଥିଲେ ନାଁ ଏହା ବବିଙ୍କ ଚଞ୍ଚକତା ଏହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ରଜ୍ୟସଭା ସାଂସଦ ପାଣ୍ଠି ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଯାଜପୁର ଉପରେ ହେଉଥିଲା ପ୍ରକଳ୍ପ ବର୍ଷା। ଏହି ଜିଲ୍ଲା ପାଇଁ ଭଣ୍ଡାର ଖୋଲି ଦେଇଥିଲେ ବିଜେଡି ସରାକର। ୩ ବର୍ଷରେ ଖାଲି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୩ ହଜାର ୭୪ କୋଟିର ଅନୁଦାନ। ପୁଣି ୨ ବର୍ଷ ପୂର୍ବର ପ୍ରକଳ୍ପ ଆରମ୍ଭ ହୋଇନି, ହେଲେ ପୁଣି ପ୍ରକଳ୍ପ ପରେ ପ୍ରକଳ୍ପ ଅଜାଡି ଦେଇଥିଲେ ତତକାଳୀନ ବିଜେଡି ସରକାର।

ବିଧାନସଭାରେ ଏକ ପ୍ରଶ୍ନୋତ୍ତରରୁ ଏହି ତଥ୍ୟ ଜଣାପଡ଼ିବା ପରେ ପୁଣି ଚର୍ଚ୍ଚାରେ ଯାଜପୁର ଜିଲ୍ଲା। ବିଧାୟକ ଅମର ନାୟକଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି, ୨୦୨୧ରୁ ୨୪ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଯାଜପୁର ଜିଲ୍ଲାକୁ ୩ ହଜାର ୭୪ କୋଟି ଟଙ୍କା ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ୩ ହଜାର ୮ କୋଟି ଟଙ୍କା ଖର୍ଚ୍ଚ କରିଛି।

ବଡ଼ କଥା ହେଲା ଅନୁଦାନ ଦିଆଯାଇଥିଲେ ମଧ୍ୟ ଏଯାଏଁ ୪୩୭ଟି ପ୍ରକଳ୍ପ କାମ ସରିଥିବା ବେଳେ ୨୫୫ଟି ପ୍ରକଳ୍ପ କାମ ଚାଲୁ ରହିଛି। ଆଉ ୧ ହଜାର ୩୭ଟି ପ୍ରକଳ୍ପ କାମ ଏ ଯାଏଁ ଆରମ୍ଭ ହୋଇନାହିଁ। ୨୦୨୧-୨୨ ବର୍ଷର ୨୪ଟି ପ୍ରକଳ୍ପ କାମ ଆରମ୍ଭ ହୋଇ ନଥିଲେ ମଧ୍ୟ ପରବର୍ତ୍ତୀ ବର୍ଷରେ ବି ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଦେଇଥିଲେ ସରକାର। ପୁଣି ନିର୍ବାଚନ ପାଖେଇବାରୁ ହଠାତ୍ ଦୁଇ ଗୁଣା ହୋଇଯାଇଥିଲା ଅନୁଦାନ। ଯାହାକୁ ନେଇ ରାଜନୀତି ବି ତେଜିଛି।

ବିଧାନସଭାରୁ ଆସିଥିବା ତଥ୍ୟ ସହ ଗ୍ରାଉଣ୍ଡରେ ଚିତ୍ର ବି ସମାନ। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରେ ଜିଲ୍ଲାରେ ଅନେକ ପ୍ରକଳ୍ପ ଏବେ ଅଧା ପନ୍ତାରିଆ ଅବସ୍ଥାରେ । ବହୁ ଚର୍ଚ୍ଚିତ ବିରଜା ମନ୍ଦିର ପ୍ରକଳ୍ପ ପାଇଁ ୯ କୋଟିରୁ ଅଧିକ ଅନୁଦାନ ଆସିଥିଲେ ମଧ୍ୟ ମନ୍ଦିର କାମ ଅଧପନ୍ତରିଆ। ସେହିପରି ଏନ୍‌ସି କଲେଜକୁ ମିଳିଛି ୩ କୋଟିର ଅନୁଦାନ। ହେଲେ ୩ ବର୍ଷ ହେଲା ସରିପାରୁନି ବିଲ୍ଡିଂ କାମ।

ସାଂସଦ ମମତା ମହାନ୍ତ ବିଜେଡି ଛାଡିବା ପରେ ସାମ୍ନାକୁ ଆସିଥିଲା ରାଜ୍ୟସଭା ସାଂସଦ ଫଣ୍ଡ କେଳେଙ୍କାରୀ। ବିଜେଡିର ପୂର୍ବତନ ସଂଗଠନ ସଂପାଦକ ତଥା ଦ୍ୱିତୀୟ କ୍ଷମତାଶୀଳ ପ୍ରଣବ ପ୍ରକାଶ ଦାସ କେମିତି ନିଜ ଜିଲ୍ଲାକୁ ସାଂସଦ ପାଣ୍ଠିରୁ ହାତେଇଥିଲେ ପ୍ରକଳ୍ପ। ୪ ବର୍ଷରେ ୧୧ ରାଜ୍ୟସଭା ସାଂସଦଙ୍କ ୧୫ କୋଟି ଟଙ୍କା ଯାଜପୁରରେ ଖର୍ଚ୍ଚ ହୋଇଥିଲା। ଏବେ ପୁଣି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁଦାନ ମିଳିବା ପରେ ପ୍ରଶ୍ନ ଉଠିଲାଣି, ଯାଜପୁର ପ୍ରତି କାହିଁକି ଥିଲା ସରକାରଙ୍କ ଅହେତୁକ ପ୍ରୀତି। ଏହା ପଛରେ ରହିଥିଲା କି ବବି ଦାସଙ୍କ ପ୍ରଭାବ ଆଉ ଚଞ୍ଚକତା।

 

Tags: jajpurodishapolitics
ShareTweetShareSend
Sanchar Live

Sanchar Live

Next Post
କେଜରିୱାଲଙ୍କ ଅନ୍ତରୀଣ ଜାମିନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ଯ

କେଜ୍ରିଓ୍ବାଲଙ୍କ ଆବେଦନ, ଆଜି ସୁପ୍ରିମ ଶୁଣାଣି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର
  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.