ସଂଚାର ବ୍ୟୁରୋ: ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କ ଠୁ ଲୁଟ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ନରସିଂହପୁର ନିକଟରେ ସୁନା ବ୍ୟବସାୟୀଙ୍କ ଠୁ ସୁନା ଲୁଟି ନେଲେ ଦୃର୍ବୁତ୍ତ। କାଏମା ନିକଟରେ ଉପେନ୍ଦ୍ର ସାହୁ ସୁନା ଦୋକାନ କରିଥିବା ବେଳେ ସେ ରାତିରେ ଘରକୁ ଫେରୁଥିଲେ । ଏହି ସମୟରେ ନରସିଂହପୁର ନିକଟରେ ୬ ଜଣ ଦୃର୍ବୁତ୍ତ ଆସି ଉପେନ୍ଦ୍ରଙ୍କୁ ବନ୍ଧୁକ ଦେଖାଇ ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପାଖାପାଖି ୧୫୦ ଗ୍ରାମ ସୁନା ଅଳଙ୍କାର ଲୁଟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ବ୍ୟାଗରେ ଥିବା ସୁନା ଅଳଙ୍କାର ସହ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଦୁବୃର୍ତ୍ତମାନେ ଲୁଟ କରିଛନ୍ତି । ଘଟଣାସ୍ଥଳରେ ଧର୍ମଶାଳା ଓ ବ୍ରହ୍ମବରଦା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।.