ଯାଜପୁରରେ ଝାଡ଼ାବାନ୍ତି ଆତଙ୍କ । ଏନେଇ ଯାଜପୁର ଜିଲ୍ଲାରେ ଛୁଟି ବାତିଲ କରିଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କାଲିଠୁ ୧୬ ତାରିଖ ଯାଏଁ ଛୁଟି ବାତିଲ ହୋଇଛି । ଝାଡ଼ାବାନ୍ତି ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ ହୋଇଛି । ସମସ୍ତ ସରକାରୀ ଅଫିସ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପିଥିବା ଆଶଙ୍କା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏକ ଭୋଜିରେ ବ୍ୟବହାର ପାଣି ପାଇଁ ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି । ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଜଣାପଡିଛି । ନମୁନା ଟେଷ୍ଟ ପାଇଁ ଲ୍ୟାବକୁ ପଠାଯାଇଛି । ପ୍ରାରମ୍ଭିକ ରିପୋର୍ଟ ବିଭାଗୀୟ ସଚିବଙ୍କୁ ପ୍ରଦାନ କରାଯାଇଛି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବ ବୋଲି ସୂଚନା ଦିଆଯାଇଛି ।