ସଂଚାର ବ୍ୟୁରୋ: ବାଲ୍ୟ ବିବାହ ଚାଲିଥିବା ବେଳେ ମଙ୍ଗୁଳା ନାବାଳିକା ଉଦ୍ଧାର । ବର ଘଟଣାସ୍ଥଳରୁ ଫେରାର୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ । ମନ୍ଦିରରେ ବାଲ୍ୟ ବିବାହ ଚାଲିଥିବା ବେଳେ ଶିଶୁ ମଙ୍ଗଳ କମିଟି, ଚାଇଲଡ ଲାଇନ ଏବଂ ଅଳକୁଣ୍ଡ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ନାବାଳିକାକୁ ଉଦ୍ଧାର କରାଯାଇଥିବା ବେଳେ ବର ଫେରାର ହୋଇଯାଇଥିଲା । ୧୫ବର୍ଷର ନାବାଳିକା କନ୍ୟା ସାଜିଥିବା ବେଳେ ବର ସାଜିଥିବା ବରପଦା ଅଞ୍ଚଳର ୧୯ ବର୍ଷୀୟ ଯୁବ ପ୍ରେମିକ । ପୋଲିସକୁ ଦେଖି ବର ଫେରାର ହୋଇଯାଇଥିଲା । ମନ୍ଦିରରେ ବିବାହ କାର୍ଯ୍ୟ ଆରମ୍ଭ ପୂର୍ବରୁ ନାବାଳିକାକୁ ଉଦ୍ଧାର କରାଯାଇଛି । ଏ ନେଇ ଅଳକୁଣ୍ଡ ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ତଦନ୍ତ ଜାରି ରହିଛି । ଉଦ୍ଧାର ନାବାଳିକାକୁ ସଖୀ କେନ୍ଦ୍ରରେ ରଖାଯାଇଥିବା ବେଳେ ଘଟଣାର ତଦନ୍ତ କରୁଛି ଶିଶୁ ମଙ୍ଗଳ କମିଟି। …