ସଂଚାର ବ୍ୟୁରୋ: ଅଭାବରୁ ଅଭାବନୀୟ ଘଟଣା । ୬୦୦୦ ଟଙ୍କାରେ ଦେଢ ମାସର ଶିଶୁ ପୁତ୍ରକୁ ବିକିଥିଲା ମାଆ । ଶିଶୁ ମଙ୍ଗଳ କମିଟି ଆଗରେ କାଉନସେଲିଂରେ ସତ ମାନିଥିଲା । ଗତ କାଲି ପୋଲିସ ସହାୟତାରେ ବିକ୍ରି ଶିଶୁ ପୁତ୍ରକୁ ଉଦ୍ଦାର କରିଥିଲା ଚାଇଲ୍ଦ ହେଲ୍ପ ଲାଇନ । ଯାଜପୁର ଟାଉନ ଥାନା ଆଙ୍କୁଲା ଅଂଚଳରେ ଘଟିଛି ଏହି ଘଟଣା । ଜଙ୍ଘା ମୁଣ୍ଡା ଦେଢ ମାସର ଶିଶୁ ପୁତ୍ର ଟିକୁ ସେହି ଗାଁର ହରି ଜେନାଙ୍କୁ ବକ୍ରି କରିଥିଲେ । ତାଙ୍କ ଠାରୁ ୬୦୦୦ ଟଙ୍କା ଆଣିଥିଲେ ଜଙ୍ଘା ମୁଣ୍ଡା। ପରେ ମାଆ ମନ ମାନି ନଥିଲା । ପରେ ଟଙ୍କା ଫେରସ୍ତ କରି ପିଲା ଟିକୁ ଆଣିବାକୁ ଯିବାରୁ ସେମାନେ ଦେଇନଥିଲେ । ଏନେଇ ମା ଜଙ୍ଘା ମୁଣ୍ଡା ଚାଇଲଡ୍ ହେଲ୍ପ ଲାଇନରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ସହାୟତାରେ ଚାଇଲଡ୍ ହେଲପ ଲାଇନ ହଳଦିପଦାରେ ଥିବା ହରି ଜେନାଙ୍କ ସମ୍ପର୍କୀୟଙ୍କ ଘରୁ ଶିଶୁ ଟିକୁ ଉଦ୍ଧାର କରିଥିଲେ । ତଦନ୍ତ ବେଳେ ସେହି ଅଂଚଳର ଆଶା କର୍ମୀ ମଧ୍ୟ ପିଲାଟିକୁ ଅନ୍ୟ ଜଣକୁ ଦେବା ଲାଗି ଉଦ୍ୟମ କରିଥିବା ଜାଣିବାକୁ ପାଇଛି ଶିଶୁ ମଙ୍ଗଳ କମିଟି । ଏବେ ଶିଶୁଟିକୁ ସି ଡବ୍ଲୁସି ନିଜ ଅଧିନରେ ରଖିଛି । ଏହି ଶିଶୁ ବିକ୍ରି ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଶିଶୁ ମଙ୍ଗଳ କମିଟି ।