ସଂଚାର ବ୍ୟୁରୋ: ଯାଜପୁର ରୋଡ୍ ଥାନା ମିଲିଟାରୀ ଛକରୁ ବ୍ରାଉନସୁଗାର କାରବାର ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଡୋଲିପୁର ଅବକାରୀ ସ୍କ୍ୱାର୍ଡ। ଅଭିଯୁକ୍ତ ନିକଟରୁ ୩୭ ଗ୍ରାମ ବ୍ରାଉନସୁଗାର ଓ ଏକ ବାଇକ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ କଳିଙ୍ଗନଗର ଥାନା ଖୁରୁଣ୍ଟି ଅଞ୍ଚଳର ପବିତ୍ର ମଲ୍ଲିକ ବୋଲି ଜଣାପଡିଛି । ପୂର୍ବରୁ ବ୍ରାଉନସୁଗାର କାରବାର ହେବା ନେଇ ଖବର ପାଇ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ତେବେ ଏହି ଧଳା ଜହର କାରବାରରେ ଆଉ କାହାର ସମ୍ପୃକ୍ତି ଅଛି, ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।