ନନ୍ଦିଘୋଷ ବ୍ୟୁରୋ: ହୁତୁହୁତୁ ହୋଇ ଜଳିଲା ୧୦୮ ଆମ୍ବୁଲାନ୍ସ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥୁଆ ହୋଇଥିବା ଆମ୍ବୁଲାନ୍ସଟି ଜଳିଲା। ରୋଗୀ ଛାଡି ଚଣ୍ଡିଖୋଲ ଜାରକା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଅଫିସ ନିକଟରେ ଛିଡା ହୋଇଥିଲା। ତେବେ ଆମ୍ବୁଲାନ୍ସଟି ହଠାତ୍ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା। ଖବରପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରଚଣ୍ଡ ଖରା ଯୋଗୁଁ ଗାଡିର ବ୍ୟାଟେରୀରୁ ସର୍ଟ ସର୍କିଟ ହୋଇ ନିଆଁ ବ୍ୟାପିଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି।