ସଂଚାର ବ୍ୟୁରୋ: ଦୋକାନ ଭିତରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଦୋକାନୀ। ଯାଜପୁର ଟାଉନ ଥାନା ଅନ୍ତର୍ଗତ ଏନସି କଲେଜ ଛକ ଠାରେ ଜଳଖିଆ ଦୋକାନକୁ ପଶିଗଲା ବାଲି ବୋଝେଇ ଟ୍ରକ। ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ବେଳେ ଦୋକାନ ଭିତରେ ଥିବା ଜଳଖିଆ ବ୍ୟବସାୟୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲୋକେ ସିଡ଼ି ଲଗାଇ ବ୍ୟବସାୟୀଙ୍କୁ ଉଦ୍ଧାର କରିଥିବା ବେଳେ।ଘଟଣା ସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି।