ଯାଜପୁରରେ ଲଜ୍ଜା । ମାଆ ହେଲେ ଦଶମ ଶ୍ରେଣୀ ଛାତ୍ରୀ। ଶିଶୁକନ୍ୟାକୁ ଜନ୍ମଦେଲେ ଜଣେ ଦଶମ ଶ୍ରେଣୀର ଛାତ୍ରୀ। ଉଭୟ ମାଆ ଓ ଶିଶୁକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବରୀ ଥାନା ଅନ୍ତର୍ଗତ ବରୀ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ଛାତ୍ରୀ ଜଣକ ୨ଟି ବିଷୟରେ ମାଟ୍ରିକ ପରୀକ୍ଷା ଦେଇଥିଲେ। ଆଜି ବି ପରୀକ୍ଷା ଥିଲା କିନ୍ତୁ ଗତକାଲି ଅସୁସ୍ଥ ହେବାରୁ ବରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିବା ଏଡିଏମଓ କହିଛନ୍ତି l ସେପଟେ ଛାତ୍ରୀଜଣକ କଷ୍ଟ ପାଉଥିବା ମେଡିକାଲରେ ରହିଥିବା ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି l ମେଡିକାଲକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। ମାଆ ଓ ନବଜାତ ଭଲ ଥିବା କହି ଘଟଣାକୁ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି। ଏସମ୍ପର୍କରେ ପଚାରିବାରୁ ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଗଣମାଧ୍ୟମକୁ ଅଣଦେଖା କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ଆଗରୁ ଏ ସଂପର୍କରେ ଶିଶୁ ସୁରକ୍ଷା ଅଧିକାରୀ ଜାଣି ମଧ୍ୟ ଘଟଣାକୁ ଚପାଇବାକୁ ଚେଷ୍ଟା କରୁଛନ୍ତି।ସେପଟେ ଛାତ୍ରୀ ଜଣକ ନିଜ ଘରୁ ସ୍କୁଲକୁ ଯାତାୟାତ କରୁଥିଲେ l ଆଡମିଟ କାର୍ଡ ନେବା ପରଠାରୁ ସେ ସ୍କୁଲ ଆସି ନାହାନ୍ତି l କିପରି ଅଙ୍ଗନବାଡି କର୍ମୀ କି ଶିଶୁ ସୁରକ୍ଷା ଓ ସ୍କୁଲ ଶିକ୍ଷକ ଜାଣି ପାରିଲେନି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।