ରାସ୍ତାକଡ କେବିନ ଉପରେ ମାଡ଼ିଗଲା ଯାତ୍ରା ପାର୍ଟି ଟ୍ରକ୍ l କେନ୍ଦ୍ରାପଡା ସଦର ଥାନା ଦୁହୁରିଆ ଛକରେ ଘଟିଛି ଏହି ଦୁର୍ଘଟଣା l ପଟ୍ଟାମୁଣ୍ଡାଇ ଆଡୁ ଆସୁଥିବା ପୃଥୀରାଜ ଯାତ୍ରା ପାର୍ଟିର ଏକ ଟ୍ରକ୍ ଭାରସାମ୍ୟ ହରାଇ ଦୁଇଟି ପାନ ଦୋକାନ ଉପରେ ମାଡି ଯାଇଛି l ରାସ୍ତା ପାର୍ଶ୍ବରେ ପାର୍କିଂ ହୋଇଥିବା ଏକ ବାଇକକୁ ମଧ୍ଯ ଟ୍ରକଟି କିଛି ବାଟ ଘୋଷାରି ନେଇଥିଲା l ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇନଥିବା ସୂଚନା ରହିଛି l ଟ୍ରକ୍ ଡ୍ରାଇଭରକୁ କାବୁ କରିଛନ୍ତି ସ୍ଥାନୀୟ ଲୋକ l ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ତଦନ୍ତ ଚଳାଇଛି ।