ସଂଚାର ବ୍ୟୁରୋ: ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା । ଶିଶୁ ପୁତ୍ର ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ । କୁଜଙ୍ଗ ଥାନା ତିର୍ତ୍ତୋଲ ବ୍ଲକ ଗୋପିଆକୁଦ ଅଞ୍ଚଳର ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକା ମାଆ ହୋଇଛନ୍ତି । ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଉଥିଲେ । ମେଡିକାଲ ଯିବା ରାସ୍ତାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ନାବାଳିକା । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚିବା ପରେ ସାଙ୍ଗେ ସାଙ୍ଗେ ମା ଛୁଆଙ୍କୁ ଲେବର ରୁମରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଶିଶୁଟି ମୃତ ବୋଲି ଡାକ୍ତର ଘୋଷଣା କରିଥିବା ବେଳେ ନାବାଳିକା ମାଆ ରକ୍ତହୀନତାର ଶିକାର ହୋଇଛି । ଛାତ୍ରୀଙ୍କୁ ଆବଶ୍ୟକ ପଡିଲେ କଟକ ନିଆଯାଇପାରେ ବୋଲି କୁହାଯାଇଛି। ସେପଟେ ଏହି ଖବର ସାଧାରଣରେ ଲଜ୍ୟାର ବିଷୟ ପାଲଟିଛି।