ସଂଚାର ବ୍ୟୁରୋ: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ସାରଳାଙ୍କ ପୀଠରେ ଜଗନ୍ନାଥ ମହୋତ୍ସବ ଉଦଘାଟିତ ହୋଇଛି। ଏହାକୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉଦଘାଟନ କରିଥିଲେ। ପ୍ରାତଃ ସମୟରେ ମାଆଙ୍କ ପୂଜାର୍ଚ୍ଚନା, କଳସ ଶୋଭାଯାତ୍ରା, ବିଶ୍ଵଶାନ୍ତି ମହାଯଜ୍ଞ, ମହାପ୍ରଭୁ ଜଗନ୍ନାଥଙ୍କ ୨୪ ବେଶ ଦର୍ଶନ , ୫୬ ଭୋଗ ମଣ୍ଡପ ପ୍ରଦର୍ଶନ, ଜଗନ୍ନାଥ ପୁସ୍ତକ ମେଳା , ନାମ ସଙ୍କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଙ୍କ ଦର୍ଶନ ସହ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ ଗଜପତି ମହାରାଜା । ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ। ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ମୁଖ୍ୟ ଅତିଥି ଠାକୁର ରାଜାଙ୍କ ସମେତ ପୁରୀ ଝଞ୍ଜପିଟା ମଠର ଅଧ୍ୟକ୍ଷ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ ଉପସ୍ଥିତ ଥିଲେ। ଭୁବନେଶ୍ବର ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର କମିଟିର ଅଧକ୍ଷ ମହନ୍ତ ରାମକୃଷ୍ଣ ଦାସ ମହାରାଜ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଶାରଳା ପୀଠରେ ଏହି ପଞ୍ଚରାତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

