ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବିବାଦୀୟ ମାମଲାରେ ନୂଆ ମୋଡ ସାମ୍ନାକୁ ଆସିଛି । ଅର୍ଚ୍ଚନାଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଏ ନେଇ ଭୁବନେଶ୍ୱର ଫ୍ୟାମିଲି କୋର୍ଟରେ ମାମଲା (ନଂ. ୫୮/୨୫) ରୁଜୁ ହୋଇଛି ।
ସୂଚନାଯୋଗ୍ୟଯେ, ୨୦୨୨ ମସିହାରେ ଅର୍ଚ୍ଚନା ଗିରଫ ହୋଇଥିଲେ । ସେ ଗିରଫ ହେବାର କିଛି ଦିନ ପରେ ତାଙ୍କ ସ୍ୱାମୀ ଗିରଫ ହୋଇଥିଲେ । ଦେଢ଼ ବର୍ଷ ପରେ ଦୁଇ ଜଣ ଜେଲ୍ରୁ ବାହାରିଥିଲେ । ଜେଲ୍ରୁ ବାହାରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଶେଷରେ ଜଗବନ୍ଧୁ ନିଷ୍ପତ୍ତି ନେଇଥିଲେ ଅର୍ଚ୍ଚନାଙ୍କଠାରୁ ଅଲଗା ହେବା ପାଇଁ । ଏବେ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।