ପୁରୀ : ପଡ଼ିଲା ପହୁଡ, ବନ୍ଦ ହେଲା ଜଗା ଦର୍ଶନ । ଶ୍ରୀମନ୍ଦିରରେ ବନ୍ଦ ହୋଇଛି ମହାପ୍ରଭୁଙ୍କ ଦର୍ଶନ । ବଡ଼ସିଂହାର ଭୋଗ ଓ ଟୋପର ଲାଗି ପରେ ପହୁଡ଼ ପଡ଼ିଛି । ନୂଆବର୍ଷ ପାଇଁ ଶୀଘ୍ର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ କରାଯାଇଛି। ଗୁରୁବାର ନୂଆବର୍ଷ ରହିଥିବାବେଳେ ରାତି ୨ଟାରୁ ଦ୍ବାରଫିଟା ନୀତି ରହିଛି । ଆସନ୍ତାକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲାଗିବ ଭକ୍ତଙ୍କ ଭିଡ଼ । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୁରୀରେ ପାଖାପାଖି ୪ ଲକ୍ଷ ଲୋକ ଏକାଠି ହେବାର ଆକଳନ କରାଯାଉଛି। ଏଥିପାଇଁ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ। ସୂଚନା ଅନୁଯାୟୀ, ନୂଆବର୍ଷରେ ପୁରୀରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ପ୍ରମୁଖ ଆହ୍ବାନ ରହିଛି ।

