ସଂଚାର ବ୍ୟୁରୋ: ଇସ୍ରୋକୁ ଆଉ ଏକ ସଫଳତା। ସ୍ପେଡେକ୍ସ ମିଶନରେ ମହାକାଶକୁ ଗଲା ଇସ୍ରୋର ସାଟେଲାଇଟନ। ମହାକାଶରେ ଗବେଷଣାରେ ରଚିଲା ଆଉ ଏକ ଇତିହାସ। ସତୀଶ ଧାବନ ମହାକାଶ କେନ୍ଦ୍ରରୁ ହେଲା ଉତକ୍ଷେପଣ । ସ୍ପେସ ଡକିଂ ଏକ୍ସପେରିମେଣ୍ଟ ସାଟେଲାଇଟ ବା ସ୍ପେଡେକ୍ସ ଲାଗି ଇସ୍ରୋ ଏହି ଉପଗ୍ରହ ପଠାଇଛି। ସଫଳତାର ସହ କକ୍ଷ ପଥରେ ଅବସ୍ଥାପିତ ହେଲା ଦୁଇ ସାଟେଲାଇଟ। ମହାକାଶରେ ସ୍ବୟଂକ୍ରିୟ ଭାବେ ଡକିଂ ଲାଗି ଏହି ମିଶନ ଆରମ୍ଭ କରିଛି ଇସ୍ରୋ। ମହାକାଶ ଗବେଷଣା ଓ ଭିତ୍ତିଭୂମି କ୍ଷେତ୍ରରେ ଇସ୍ରୋ ଲାଗି ଏହା ବେଶ ଗୁରୁତ୍ବପୂର୍ଣ୍ଣ ହେବ। ପିଏସଏଲଭି-ସି-୬୦ ଜରିଆରେ ଦୁଇଟି କ୍ଷୁଦ୍ର ସ୍ପେସକ୍ରାଫ୍ଟ ଅବସ୍ଥାପିତ ହୋଇଛି। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ବା ବାସ୍ ପ୍ରତିଷ୍ଠା, ଚନ୍ଦ୍ର ଅଭିଯାନ ଆଦି କ୍ଷେତ୍ରରେ ସହାୟକ ହେବ। ସ୍ପେଡେକ୍ସ ମିଶନର ମୂଳ ଲକ୍ଷ୍ଯ ହେଉଛି ଲୋ ଆର୍ଥ ସର୍କୁଲାର ଅରବିଟରେ ଦୁଇଟି କ୍ଷୁଦ୍ର ଏୟାରକ୍ରାଫ୍ଟ SDX01 ଓ SDX02ର ଡକିଂ ଓ ଅନଡକିଂ। ଏହି ଦୁଇଟି ଯାକ ଏୟାରକ୍ରାଫ୍ଟର ଓଜନ ୨୨୦ କେଜି ଲେଖାଏ ଏବଂ ସମୟସୀମା ରହିବ ୬୬ ଦିନ।