ସଂଚାର ବ୍ୟୁରୋ: ଏଣିକି ମହାକାଶରୁ ହାଇସ୍ପିଡ ମୋବାଇଲ ଇଣ୍ଟରନେଟ ସେବା । ସାଟେଲାଇଟ ଜରିଆରେ ମୋବାଇଲରେ ମିଳିବ 4G ଓ 5Gଇଣ୍ଟରନେଟ ସେବା । ଆଜି ଇସ୍ରୋ ଲଞ୍ଚ କଲା ବ୍ଲୁ ବାର୍ଡ ।ଇସ୍ରୋର ଏହି ବାଣିଜ୍ୟିକ ମିଶନ ସକାଳ ୮ଟା ୫୫ ମିନିଟ୍ ୩୦ ସେକେଣ୍ଡରେ ଉତକ୍ଷେପଣ କରାଯାଇଥିଲା । ଆମେରିକାରୁ ନୂତନ ପିଢ଼ିର ଯୋଗାଯୋଗ ଉପଗ୍ରହ ବହନ କରୁଥିବା LVM-M6 ରକେଟର ଉତ୍କ୍ଷେପଣ ପାଇଁ କାଉଣ୍ଟଡାଉନ୍ ମଙ୍ଗଳବାର ଦିନ ହିଁ ଆରମ୍ଭ ହୋଇଥିଲା। । ଶ୍ରୀହରିକୋଟା ସତୀଶ ଧୱନ ସ୍ପେସ ଷ୍ଟେସନ୨ ନମ୍ବର ଲଞ୍ଚ ପ୍ୟାଡରୁ ମହାକାଶକୁ ଉତକ୍ଷେପଣ ହେଲା ବ୍ଲୁବାର୍ଡ ସାଟେଲାଇଟ୍ । ଭାରତ-ଆମେରିକା ମହାକାଶ ସହଭାଗିତା ଅନୁଯାୟୀ ଆମେରିକାର ଏକ ବାଣିଜ୍ୟିକ ସଂସ୍ଥାର ବ୍ଲୁ ବାର୍ଡ ସିରିଜ ସାଟେଲାଇଟ ଲଞ୍ଚ କଲା ଇସ୍ରୋ । ସାଟେଲାଇଟର ଓଜନ ସାଢେ ୬ ଟନ ରହିଛି ।
ଏହାକୁ ପୃଥିବୀର ନିମ୍ନ କକ୍ଷ ପଥରେ ଅବସ୍ଥାପିତ କରାଯିବ । ଏହି ସାଟେଲାଇଟ ନିରନ୍ତର ହାଇସ୍ପିଡ ସେଲ୍ୟୁଲାର ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବ । ପ୍ରଥମ ଥର ପାଇଁ ଇସ୍ରୋ ଅଧିକ ଓଜନର ସାଟେଲାଇଟ ଲଞ୍ଚ କରିଛି । ଗଗନାୟାନ ଲଞ୍ଚ ପାଇଁ ଡିଜାଇନ ହୋଇଥିବା LVM-3 ରକେଟରୁ ପ୍ରଥମ ଥର ପାଇଁ ବିଦେଶୀ ସାଟେଲାଇଟ ଲଞ୍ଚ ହୋଇଛି । ଏହା ଦ୍ବାରା ନେକ୍ସଟ ଜେନେରେସନ ସଂଚାର ଉପଗ୍ରହ ଆସିବ ଇଣ୍ଟରନେଟ କ୍ରାନ୍ତି ।

