ସଂଚାର ବ୍ୟୁରୋ: ଆସିଲା ବଡ଼ ଖବର । ଭାରତରେ ବନ୍ଦ ହୋଇପାରେ ପପୁଲାର ମେସେଜିଂ ଆପ୍ ଟେଲିଗ୍ରାମ୍ । ଫ୍ରାନ୍ସରେ ଟେଲିଗ୍ରାମର ସିଇଓ ପାଭେଲ୍ ଡୁରୋଭ୍ ଗିରଫ ହୋଇଛନ୍ତି । ପାଭେଲଙ୍କ ଗିରଫଦାରୀ ପରେ ଟେଲିଗ୍ରାମର ଅଡୁଆ ବଢ଼ିଛି । ଅଭିଯୋଗ ଅନୁସାରେ ବିଭିନ୍ନ ବେଆଇନ୍ କାର୍ଯ୍ୟକଳାପରେ ଏହାର ବ୍ୟବହାରକୁ ନେଇ ଆପତ୍ତି ହୋଇଛି । ଭାରତରେ ଅପରାଧିକ କାର୍ଯ୍ୟକଳାପରେ ଟେଲିଗ୍ରାମର ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି । ସାଇବର ଠକେଇ, ହାୱାଲା କାରବାର, ଜୁଆ, ଏକ୍ସଟ୍ରୋସନ୍ ଭଳି କାରବାରରେ ବ୍ୟବହାର ଅଭିଯୋଗ । ଭାରତ ସରକାର ଟେଲିଗ୍ରାମ ଉପରେ ଯାଞ୍ଚ ଆରମ୍ଭ କରିଛନ୍ତି । ଡ୍ରଗ୍ ଟ୍ରାଫିକିଙ୍ଗ, ସାଇବର୍ ବୁଲିଂ, ଠକେଇ ପ୍ରଭୃତି ଅଭିଯୋଗରେ ସିଇଓ ଗିରଫ ହୋଇଥିଲେ । ଗୃହ ଓ ଆଇଟି ମନ୍ତ୍ରାଳୟ ଭାରତରେ ଟେଲିଗ୍ରାମର କାରବାର ଏବଂ ସନ୍ଦିଗ୍ଧ ବ୍ୟବହାର ନେଇ ତଦନ୍ତ କରୁଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେବେ କେନ୍ଦ୍ର ସରକାର ।