ସଂଚାର ବ୍ୟୁରୋ: ଇରାନର ଦକ୍ଷିଣ ଖୋରାସାନରେ କୋଇଲା ଖଣିରେ ବଡ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ୫୧ ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ଯା ଅଧିକ ହେବା ଆଶଙ୍କା କରାଯାଉଛି। ମଦାଞ୍ଜୋ କମ୍ପାନୀ ଦ୍ବାରା ପରିଚାଳିତ କୋଇଲା ଖଣିରେ ମିଥେନ ଗ୍ଯାସ ଲିକ୍ ଯୋଗୁ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ଅଞ୍ଚଳରୁ ଦେଶ ଆବଶ୍ଯକ କରୁଥିବା ୭୬ ଭାଗ କୋଇଲା ଉତ୍ପାଦିତ ହୋଇଥାଏ। କୋଇଲା ଖଣିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେବଳ ବି- ବ୍ଲକରେ ଥିବା କୋଇଲା ଖଣିରେ ମୋଟ ୪୭ ଜଣ କାମ କରୁଥିବାବେଳେ ସେମାନଙ୍କ ମଧ୍ଯରୁ ୩୦ ଜଣ ପ୍ରାଣ ହରାଇଥିଲେ। ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି। ସି- ବ୍ଲକରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣାକୁ ନେଇ ରାଷ୍ଟ୍ରପତି ମାସୁଦ ପେଜେସକିଆନ ଉଦବେଗ ପ୍ରକାଶ କରିଛନ୍ତି।