ଆଇପିଏଲ୍ ୨୦୨୫ରେ ପ୍ଲେଅଫ୍ ପାଇଁ ନୂଆ ଭେନ୍ୟୁ ଘୋଷଣା କରିଛି ବିସିସିଆଇ । ଏହାସହ ଫାଇନାଲ୍ ଖେଳାଯିବାକୁ ଥିବା ଷ୍ଟାଡିୟମ ମଧ୍ୟ ପରିବର୍ତ୍ତନ କରିଛି । କୋଲକାତାର ଇଡେନ୍ ଗାର୍ଡେନ୍ସ ପରବର୍ତ୍ତେ ଏବେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । କ୍ୱାଲିଫାୟାର ୧ ଓ ଏଲିମିନେଟର୍ ମଧ୍ୟ ଶିଫ୍ଟ କରାଯାଇଛି । ଦୁଇ ମୁକାବିଲା ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମରେ ଖେଳାଯିବ । ପୂର୍ବରୁ ଏହି ଦୁଇ ମ୍ୟାଚ୍ର ଆୟୋଜନ ହାଇଦ୍ରାବାଦରେ ହୋଇଥାନ୍ତା ।