ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି। ଏନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇ କହିଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ବିଦେଶୀ ଖେଳାଳିମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଉଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି। ନୂତନ ତାରିଖ ଏବଂ ସ୍ଥାନ ନେଇ ସମୀକ୍ଷା କରାଯାଉଛି। ବାକି ମ୍ୟାଚ୍ ଗୁଡ଼ିକ କେବେ ଏବଂ କେଉଁଠି ହେବ ଏହା ବିସିସିଆଇ ଆଗକୁ ଘୋଷଣା କରିବ।
ବିିସିସିଆଇର ଜଣେ ଅଧିକାରୀ କହିଛନ୍ତି “ଆମେ ଦେଶ ସହିତ ଠିଆ ହେଉଛୁ। ଆମର ପ୍ରାଥମିକତା ହେଉଛି ଦେଶ। ଖେଳାଳିଙ୍କ ସୁରକ୍ଷା ସର୍ବୋପରି। କ୍ରିକେଟ୍ ଦେଶଠାରୁ ଊର୍ଦ୍ଧ୍ୱରେ ନୁହେଁ।