ଭାରତରେ ଜନ୍ମିତ ତଥାପି ଚୀନ-ଆମେରିକାକୁ କଲେ ଅଧିକ ପ୍ରଶଂସା । ଭାରତକୁ ନେଇ କହିଲେ ଅନେକ କଥା । ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନିୟୂ ଭାରତ ଏବଂ ଚୀନକୁ ତୁଳନା କରିଛନ୍ତି । ଏହାସହ ସେ ଭାରତକୁ ନେଇ ଦେଇଛନ୍ତି ବିବାଦୀୟ ପ୍ରତିକ୍ରିୟା । ଏହାସହ ଆମେରିକାର ବ୍ୟବସ୍ଥାକୁ ପ୍ରଶଂସା ମଧ୍ୟ କରିଥିବାବେଳେ କହିଛନ୍ତି କି, ମୁଁ ଯଦି ଭାରତରେ ରହିଥାନ୍ତି ତାହେଲେ ଏତେ ବଡ଼ କମ୍ପାନୀର ସିଇଓ ହୋଇପାରିନଥାନ୍ତି ।
ଇନ୍ଦ୍ରା ଏକ ସାକ୍ଷାତକାରରେ ଭାରତ ଅପେକ୍ଷା ଚୀନକୁ ଅଧିକ ପ୍ରଶଂସା କରିଛନ୍ତି । ଭାରତ ଅପେକ୍ଷା ଚୀନ ଅଧିକ ସଂଗଠିତ ଏବଂ ସୁବିଧାଜନକ ଦେଶ ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି କି, ଆମେରିକା ଯୋଗ୍ୟତା ଭିତ୍ତିରେ ଏଭଳି ଏକ ପଦବୀ ଦେଇଛି ଯାହା ଭାରତରେ ସମ୍ଭବ ନୁହେଁ । ଜଣେ ଭାରତୀୟ ମହିଳା ଖାଲି ହାତରେ ଆସି ଏବେ ଆମେରିକାରେ ଏତେ ବଡ଼ ପ୍ରତିଷ୍ଠିତ କମ୍ପାନୀରେ ସିଇଓ ହୋଇପାରିଛି । ମୁଁ ଯଦି ଭାରତରେ ରହିଥାନ୍ତି ତାହେଲେ କେବେ ମଧ୍ୟ ଏହା ସମ୍ଭବ ହୋଇପାରିନଥାନ୍ତା ବୋଲି ସେ କହିଛନ୍ତି ।
ପର୍ଯ୍ୟଟକଭାବେ ଭାରତ ଅପେକ୍ଷା ଚୀନରେ ରହିବା ଅଧିକ ସହଜ । ଯଦି ଆପଣ ଏକ ସ୍ବଚ୍ଛ ଏବଂ ସଂଗଠିତ ଜୀବନ ପସନ୍ଦ କରନ୍ତି ତେବେ ଭାରତରେ ରହିବା କଷ୍ଟକର । ଏହାସହ ସେ ଭାରତରେ ରାସ୍ତାରେ ବୁଲୁଥିବା ଗାଇଗୋରୁଙ୍କ ଉଦାହରଣ ଦେଇଥିଲେ ।
ସେପଟେ ଭାରତ ସମ୍ପର୍କରେ ନିଜର ପ୍ରତିକ୍ରିୟାରେ ମଧ୍ୟ ବର୍ଣ୍ଣନା କରିଥିଲେ । ଏବଂ ପିଲାଦିନକୁ ମନେ ପକାଇଛନ୍ତି । ଭାରତ ଆଜିଠାରୁ ବହୁତ ଭିନ୍ନ ଥିଲା। ସେତେବେଳେ ମହିଳାଙ୍କ ସାମାଜିକ ଭୂମିକା ସୀମିତ ଥିଲା ଏବଂ ଅଧିକାଂଶ ଘର ଭିତରେ ସୀମିତ ଥିଲା। ତଥାପି, ସେ କହିଥିଲେ ଯେ ତାଙ୍କ ବାପା ଏବଂ ଜେଜେବାପା ତାଙ୍କୁ ସର୍ବଦା ବଡ଼ ସ୍ୱପ୍ନ ଦେଖିବା ଏବଂ ଆଗକୁ ବଢ଼ିବାକୁ ଉତ୍ସାହିତ କରୁଥିଲେ, ଯାହା ତାଙ୍କୁ ଆମେରିକାରେ ନିଜ ପାଇଁ ଏକ ନାମ ତିଆରି କରିପାରିଥିଲା।
ଚୀନ୍ ଏହାର କେନ୍ଦ୍ରୀକୃତ ବ୍ୟବସ୍ଥା ଯୋଗୁଁ ଦ୍ରୁତ ଗତିରେ ବିକଶିତ ହୋଇଛି, ଯେତେବେଳେ ଭାରତରେ ଗଣତନ୍ତ୍ର ଯୋଗୁଁ ନିଷ୍ପତ୍ତି ନେବାରେ ଅଧିକ ସମୟ ଲାଗେ। ଏହା ସତ୍ତ୍ୱେ, ସେ ଭାରତୀୟ ଗଣତନ୍ତ୍ରର ପ୍ରଶଂସା କରି କହିଛନ୍ତି ଯେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବାକୁ ଅନୁମତି ଦିଏ, ଯାହା ଏହାର ସବୁଠାରୁ ବଡ଼ ଶକ୍ତି।

