ସଂଚାର ବ୍ୟୁରୋ: ଇଡେନ୍ ଗାର୍ଡେନ୍ସ ମାଟିରେ ଇଂଲଣ୍ଡକୁ ମାଟି କାମୁଡ଼ାଇଲା ଭାରତ । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ଅଭିଷେକ ଶର୍ମାଙ୍କ ୨୧ ବଲରେ ଧୂଆଁଧାର ଅର୍ଦ୍ଧଶତୀୟ ଇନିଂସ୍ ଏହି ପ୍ରଥମ ଟି-୨୦ରେ ଭାରତକୁ ବିଜୟ ଦେଇଛି ।
କୋଲକାତାର ଇଡେନ୍ ଗାର୍ଡେନ୍ସ ମୈଦାନରେ ଏକ ଛୋଟ ବିଜୟ ଲକ୍ଷ୍ୟର ପିଛା କରି ଭାରତୀୟ ଟିମର ଓପନିଂ ଯୋଡ଼ି ବିସ୍ଫୋରକ ଷ୍ଟାର୍ଟ ଦେଇଥିଲେ । ମାତ୍ର ସଞ୍ଜୁ ସାମସନ ୨୦ ବଲରେ ୨୬ ରନ୍ ଏବଂ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିନପାରିଥିଲେ ବି ଦଳକୁ କିଛି ପ୍ରଭାବ ପକାଇପାରିଲାନି । ଯାହାଫଳରେ ଭାରତୀୟ ଟିମ୍ ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ଜିତି ୧-୦ରେ ଆଗୁଆ ରହିଛି ।