ବାରବାଟୀରେ ଆଜି ଇଂଲଣ୍ଡ- ଭାରତ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ 4 ୱେକେଟ ରେ ବିଜୟ ହାସଲ କରିଛି । ଇଂଲଣ୍ଡର ୩୦୫ ରନର ଟାର୍ଗେଟକୁ ପିଛା କରି ଟିମ ଇଣ୍ଡିଆ 44 ଓଭର 3 ବଲ ରେ 308 ରନ କରି ବିଜୟ ଲାଭ କରିଛି । ପ୍ରଥମରୁ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଧୂଆଁ ଧାର ବ୍ୟାଟିଂ ଭାରତର ବ୍ୟାଟିଂ ସ୍ଥିତିକୁ ମଜଭୁତ କରିଥିଲା । ଦିନିକିଆରେ ୨ ବର୍ଷ ପରେ ରୋହିତଙ୍କ ବ୍ୟାଟରୁ ଆସିଛି ସେଞ୍ଚୁରୀ । କରିଛନ୍ତି ବିସ୍ଫୋରକ ଶତକ । ୯୦ ବଲରେ ୧୧୯ ରନ କରିଥିଲେ ରୋହିତ ।
ମାତ୍ର ୭୬ ବଲରୁ ଶତକ ହାସଲ କରିଥିଲେ ରୋହିତ । ଇନିଂସରେ ଥିଲା ୭ ଛକା ଓ ୧୨ ଚୌକା । ଯାହାକି ଭାରତର ସ୍ଥିତିକୁ ମଜବୁତ କରିଥିଲା ।ରୋହିତଙ୍କ ଷ୍ଟ୍ରାଇକ ରେଟ ଥିଲା ୧୩୨। ୨୦୨୩ ଅକ୍କ୍ଟୋବର ୧୧ରେ ଦିନିକିଆରେ ଶେଷ ଶତକ ହାସଲ କରିଥିଲେ। ୱାନଡେରେ ଏହା ତାଙ୍କ ୩୨ତମ ଶତକ । ସେହିପରି ଗିଲ 52 ବଲ ରେ 61 ରନ କରିଥିବା ବେଳେ ବିରାଟ କୋହଲି ମାତ୍ର ୮ ବଲରେ ୫ କରି ପାଭିଲୋନକୁ ଫେରି ଯାଇଥିଲେ । ରୋହିତ ଓ ଗିଲଙ୍କ ମଧ୍ୟରେ ଓପନିଂରେ ୧୬୩ ରନର ପାର୍ଟନରସିପ ହୋଇଥିଲା ।