ସଂଚାର ବ୍ୟୁରୋ: ବାରବାଟୀରେ ଟିମ ଇଣ୍ଡିଆର ବୃହତ ବିଜୟ । ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ ଇଣ୍ଡିଆ । ୨୭୬ ରନ ପିଛା କରିବାକୁ ଯାଇ ୧୨ ଓଭର ୩ଟି ବଲରେ ମାତ୍ର ୭୪ ରନ କରି ଅଲଆଉଟ ହୋଇଛି ଦକ୍ଷଣ ଆଫ୍ରିକା । ଏହି ବିଜୟ ସହ ୫ ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି ଟିମ ଇଣ୍ଡିଆ । ପ୍ରଥମରେ କୌଣସି ରନ ନକରି ଦଳର ଓପନର କ୍ଵିଣ୍ଟନ ଡି-କକ ଅଭିଷେକ ବର୍ମାଙ୍କ ଶିକାର ହୋଇଥିଲେ । ପରେ ଷ୍ଟବସ ଅର୍ଷଦୀପଙ୍କ ବଲରେ ଆଉଟ ହୋଇଥିବା ବେଳେ, ଅଧିନାୟକ ମାକ୍ରମ ଅକ୍ଷର ପଟେଲ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ଡେଭିଡ ମିଲର, ପେରେରା, ଜନସନ ଯଥାକ୍ରମେ ୨୨, ୧, ୫. ୧୨ ରନ କରି ଆଉଟ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୧୭୬ ରନ ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ଆଜି ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ଵେ ଏକ ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଥିଲା ଟିମ ଇଣ୍ଡିଆ । ଦଳୀୟ ସ୍କୋର ୧୭ ବେଳକୁ ୨ଟି ୱିକେଟ ହରାଇଥିଲା ଭାରତ । ତେବେ ତିଳକ ବର୍ମା ପାଳି ସମ୍ଭାଳିଥିଲେ । କିନ୍ତୁ ସେ ଆଉଟ ହେବା ବେଳକୁ ଦଳର ସ୍କୋର ଥିଲା ୭୮ ରନ । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋକର ବ୍ଯାଟିଂ ଯୋଗୁ ଦଳ ୬ ୱିକେଟ ହରାଇ ୧୭୫ ରନ କରିବାରେ ସକ୍ଷମ ହୋଇଥିଲା । ପାଣ୍ଡ୍ୟା ୨୮ ବଲରେ ସର୍ବାଧିକ ୫୯ ରନ ସଂଗ୍ରହ କରିଥିଲେ ।.

