ସଂଚାର ବ୍ୟୁରୋ: କାନପୁର ମ୍ୟାଚ ଜିତିବା ସହିତ ଟେଷ୍ଟ ସିରିଜ ପୋଛି ନେଇଛି ଭାରତ। ସିରିଜର ଦ୍ଵିତୀୟ ମ୍ୟାଚ କାନପୁର ଟେଷ୍ଟରେ ଦଳ ୭ ୱିକେଟରେ ବାଂଲାଦେଶକୁ ହରାଇଛି। ୯୫ ରନ୍ ର ଟାର୍ଗେଟକୁ ୧୮ ନମ୍ବର ଓଭରରେ ୩ ୱିକେଟ ହରାଇ ହାସଲ କରିନେଇଥିଲା । ଉଭୟ ଇନିଂସରେ ଧୁଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିବା ଯଶସ୍ଵୀ ଜୟସ୍ଵାଲ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି। ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନ୍ କରିଥିବା ବେଳେ ଦ୍ଵିତୀୟ ଇନିଂସରେ କରିପାରିଥିଲା ମାତ୍ର ୧୪୬ ରନ୍। ଭାରତ ପ୍ରଥମ ଇନିଂସରେ ୯ ୱିକେଟ ହରାଇ ୨୮୫ ରନ୍ କରି ପାଳି ଘୋଷଣା କରିଥିଲା। କାନପୁର ଟେଷ୍ଟ ଜିତିବାକୁ ଆଗ୍ରେସିଭ ରଣନୀତି କରିଥିଲା ଭାରତ। ମାତ୍ର ୨୮୫ ରନରେ ପ୍ରଥମ ଇନିଂସ ଘୋଷଣା କରିବା ସହିତ ଉଭୟ ଇନିଂସରେ ଧୁଆଁଧାର ବ୍ୟାଟିଂ କରିଥିଲା। ଚେନ୍ନାଇରେ ହୋଇଥିବା ପ୍ରଥମ ଟେଷ୍ଟ ବି ଭାରତ ଜିତିଥିଲା। ଏହା ଦ୍ଵାରା ୨-୦ରେ ସିରିଜ କ୍ଲିନ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ଅଶ୍ଵୀନ ମ୍ୟାନ ଅଫ୍ ଦି ସିରିଜ ହୋଇଛନ୍ତି। …