ସଂଚାର ବ୍ୟୁରୋ: ପାକିସ୍ତାନର ଡ୍ରୋନ ଆକ୍ରମଣର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା। ଅଧିକାଂଶ ଡ୍ରୋନ ଆକ୍ରମଣକୁ ଅକାମୀ କରିଥିଲେ ଭାରତୀୟ ସେନାର ଯବାନ। ଭାରତର ଏୟାର ଡିଫେନ୍ସ ସିଷ୍ଟମ ଦ୍ଵାରା ଅନେକ ଡ୍ରୋନକୁ ଖସାଇ ଦେଇଥିଲେ ଭାରତୀୟ ସେନାର ଯବାନ। ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ପାକିସ୍ତାନର ଡ୍ରୋନ ହମଲା। ଟାର୍ଗେଟରେ ଜାମ୍ମୁ କାଶ୍ମୀର ଓ ପଞ୍ଜାବର ଅନେକ ସହର ଥିଲା। ପ୍ରତି ଜବାବରେ ଭାରତ ପକ୍ଷରୁ ଜୋରଦାର ଜବାବ ଦିଆଯାଇଥିଲା। ଭାରତ ମଧ୍ୟ ଡ୍ରୋନ ହମଲାର ଜବାବ ଡ୍ରୋନ ଆକ୍ରମଣ ଜରିଆରେ ଦେଇଥିଲା। ହୋଶିୟାରପୁର ସେନା କ୍ୟାମ୍ପ ନିକଟରେ ବିସ୍ଫୋରଣ ହୋଇଥିଲା। ପଠାନକୋଟରେ ଖସିଥିଲା ଡ୍ରୋନ। ବାଡମେର, ଶ୍ରୀଗଂଗାନଗରରେ ରେଡ ଆଲର୍ଟ ଜାରି କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଏକାଧିକ ସହରରେ ବ୍ଲାକଆଉଟ କରାଯାଇଥିଲା। ଗୁଜରାଟ କଚ୍ଛ, ଲଖପତ ଅଂଚଳରେ ବ୍ଲାକଆଉଟ କରାଯାଇଥିଲା। ଜାମ୍ମୁ କାଶ୍ମୀର ଅବନ୍ତୀପୁରା ଏୟାରବେସ୍ ପାଖରେ ଖସିଥିଲା ଡ୍ରୋନ। ଗୁରୁଦାସପୁରୁ କରତାରପୁର କରିଡର ନିକଟରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ଅମୃତସରରେ ମଧ୍ୟ ଡ୍ରୋନ ଆଟାକ ହୋଇଥିଲା। ଧାର୍ମିକ ସ୍ଥଳକୁ ପୁଣି ଟାର୍ଗେଟ କରିଥିଲା ପାକିସ୍ତାନର ସେନା। ଏହାର କଡ଼ା ଜବାବ ଦେଇଥିଲା ଭାରତୀୟ ସେନାର ଯବାନ। ପାକିସ୍ତାନ ମିସାଇଲକୁ ଖସାଇଥିଲା ଭାରତୀୟ ସେନାର। ପାକିସ୍ତାନ ମିସାଇଲକୁ ନିଷ୍କ୍ରିୟ କରିଥିଲା S-400। ଏହି ସବୁ ଅଂଚଳରେ ଭାରତର ସବୁ ଏୟାର ଡିଫେନ୍ସ ସିଷ୍ଟମକୁ ସକ୍ରିୟ କରାଯାଇଥିଲା।