ସଂଚାର ବ୍ୟୁରୋ: ଭାରତ ମହାସାଗର ଅଞ୍ଚଳରେ ଚୀନର ପ୍ରଭାବକୁ କାଉଣ୍ଟର। ଭାରତ ଓ ଶ୍ରୀଲଙ୍କା ମଧ୍ଯରେ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ। ଏହା ସହ ଶକ୍ତି, ଡିଜିଟାଲ ଭିତ୍ତିଭୂମି, ସ୍ବାସ୍ଥ୍ୟ, ବାଣିଜ୍ୟ କ୍ଷେତ୍ରରେ ବି ଚୁକ୍ତି ସମ୍ପାଦିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରୀଲଙ୍କା ଗସ୍ତ ଅବସରରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଶ୍ରୀଲଙ୍କା ପକ୍ଷରୁ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି ରାଷ୍ଟ୍ରପତି ଅନୁରା କୁମାରା ଦିଶାନାଏକେ। ୨୦୨୨ରେ ଶ୍ରୀଲଙ୍କା ଆର୍ଥିକ ଦୁଃସ୍ଥିତିରେ ଗତି କରୁଥିବାବେଳେ ଭାରତ ସହାୟତାର ହାତ ବଢ଼ାଇଥିଲା। ଶ୍ରୀଲଙ୍କାକୁ ଭାରତ ଦେଇଥିଲା ୪ ନିୟୁତ ଡଲାର। ଏହା ସହ ଶ୍ରୀଲଙ୍କାର ବିକାଶ ଓ ପୁନର୍ଗଠନ ଲାଗି ସହାୟତା ଜାରି ରହିବ ବୋଲି ଭାରତ ଘୋଷଣା କରିଥିଲା। ଦୁଇ ଦେଶ ମଧ୍ଯରେ ପାରସ୍ପରିକ ସହଯୋଗ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଶ୍ରୀଲଙ୍କାକୁ କମ ସୁଧହାରରେ ସହୟତା ଦେବାଲାଗି ଭାରତ ନିଷ୍ପତ୍ତି ନେଇଛି। ଭାରତର ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ଓ ଶ୍ରୀଲଙ୍କାର ସିଲନ ଇଲେକ୍ଟ୍ରିସିଟି ବୋର୍ଡ ମଧ୍ୟରେ ୧୨୦ ମେଗାୱାଟ ସୋଲାର ପାୱାର ପ୍ଲାଣ୍ଟ ପ୍ରସଙ୍ଗରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।