ସଂଚାର ବ୍ୟୁରୋ: ବଢିଲା ଭାରତର ବଳ। ରୁଷ ଦେଇଛି ନୂଆ ମିସାଇଲ୍ IGLA – S । ଏହା ହେଉଛି ଭେରି ସର୍ଟ ରେଞ୍ଜ ଏୟାର ଡିଫେନସ ସିଷ୍ଟମ। ଆର୍ମିର ଏୟାର ଡିଫେନସ କ୍ଷେତ୍ରରେ ଏହି ନୂଆ ମିସାଇଲ ବେଶ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଜରୁରୀକାଳୀନ ଭାବେ କିଣିବା ପାଇଁ ଦୁଇ ଦେଶ ମଧ୍ୟରେ ଆଗରୁ ଚୁକ୍ତି ହୋଇଥିଲା। ସୂଚନା ଅନୁସାରେ ମାତ୍ର କିଛି ଦିନ ତଳେ ଭାରତକୁ ଏହି ମିସାଇଲ ମିଳିଛି। ଏବେ ପାକିସ୍ତାନ ସହିତ ଉତ୍ତେଜନା ଚାଲିଥିବା ବେଳେ ପାକିସ୍ତାନର ବିମାନ, ହେଲିକପଟର, ଡ୍ରୋନକୁ ଖସାଇବାରେ ଏହା ବେଶ୍ ସାହାଯ୍ୟ କରିବ। ଦୁଇ ଦେଶ ମଧ୍ୟରେ ଏଥିପାଇଁ ୨୬୦ କୋଟି ଟଙ୍କାର ଡିଲ୍ ହୋଇଥିଲା। ଇଗଲା ଏସ୍ ହେଉଛି ଇଗଲା ମିସାଇଲର ଅପଡେଟ ଭର୍ସନ।