ସଂଚାର ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଗୁଇନ୍ଦା ବିଭାଗର ବଡ଼ ସୂଚନା । ଭାରତ ଭିତରେ ରହି ପାକିସ୍ତାନ ଆର୍ମିକୁ ସହାୟତା କରିବା ଲାଗି କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା । ଭାରତ ସୀମା ଭିତରେ ଥିବା ପିର ପଞ୍ଜାଲରେ ଏହି କର୍ମୀମାନେ ରହିଛନ୍ତି ଏବଂ ଯଦି ଯୁଦ୍ଧ ହୁଏ ତେବେ ରାଜପଥଗୁଡିକୁ ଅବରୋଧ କରିବା ଲାଗି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପହଲଗାଓଁ ହମଲା ପରେ ଯେପରି ଭାବେ କେତେକ ଆତଙ୍କୀଙ୍କ ଘରକୁ ଭାଙ୍ଗି ଦିଆଯାଇଛି ଠିକ୍ ସେପରି ପୋଲିସ ଅଧିକାରୀମାନଙ୍କ ଘରକୁ ଭାଙ୍ଗି ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଜୀବନ ପ୍ରତି ଧ୍ୟାନ ନଦେଇ ନିଜ ନିଜ କର୍ତ୍ତବ୍ୟ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଗତ ଏପ୍ରିଲ 22ରେ ପହଲଗାଓଁ ହମଲା ପରଠାରୁ ଜାମୁ ଓ କାଶ୍ମୀରରେ ରହିଥିବା ଆତଙ୍କୀମାନେ ସକ୍ରିୟ ରହିଛନ୍ତି । ଧନଜୀବନ ପ୍ରତି ଅଧିକ ବିପଦ ଆଣିବା ଲାଗି ଯୋଜନା ଚାଲିଥିବା ସୂଚନା ମିଳିଛି ।