ଅପରେସନ ସିନ୍ଦୂରରେ ପାକିସ୍ତାନର ୫ ଯୁଦ୍ଧ ବିମାନ ଧ୍ଵଂସ ହୋଇଛି। ଅପରେସନ ସିନ୍ଦୁରରେ ୫ଟି ପାକିସ୍ତାନୀ ଲଢ଼ୁଆ ବିମାନ ନଷ୍ଟ ହୋଇଥିବା କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଏ.ପି ସିଂହ। ୫ଟି ଯୁଦ୍ଧ ବିମାନ ସହିତ ଗୋଟିଏ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍ AWACSକୁ ମଧ୍ୟ ଖସାଇ ଦେଇଥିଲା ଭାରତ। ଏହାର ସମସ୍ତ ଶ୍ରେୟ ଏୟାର ଡିଫେନ୍ସ ସିଷ୍ଟମ S-400କୁ ଦେଇଛନ୍ତି ବାୟୁସେନା ମୁଖ୍ୟ ଏପି ସିଂହ। ସେ କହିଛନ୍ତି ଯେ, S-400 ଜାକୋକାବାଦ ଏୟାରବେସରେ ପାର୍କିଂ ହୋଇଥିବା ପାକିସ୍ତାନର F-16 ଲଢ଼ୁଆ ବିମାନକୁ ନଷ୍ଟ କରିଥିଲା। ବିମାନ ଚଳାଚଳ ଇତିହାସରେ ପ୍ରଥମ ଥର ପାଇଁ ଏକ କ୍ଷେପଣାସ୍ତ୍ର ୩୦୦ କିଲୋମିଟର ଦୂର ଆକାଶରେ ଥିବା ବିମାନକୁ ଟାର୍ଗେଟ କରି ଖସାଇ ଦେଇଥିଲା। ପାକିସ୍ତାନ ବିପକ୍ଷରେ ଏହି ବିଜୟରେ ରୁଷିଆର ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପ୍ରମୁଖ ଭୂମିକା ଗ୍ରହଣ କରିଛି।ଏହି ଅବସରରେ ପାକିସ୍ତାନର ବିଭିନ୍ନ ଟାର୍ଗେଟକୁ ଧ୍ଵଂସ କରାଯାଇଥିବା କିଛି ସାଟେଲାଇଟ ଚିତ୍ର ଦେଖାଇଥିଲେ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଏପି ସିଂହ। ଗତ ମେ ମାସ ୭ ତାରିଖ ରାତିରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଯେଉଁଥିରେ ପିଓକେ ଏବଂ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା। ଭାରତୀୟ ସେନା ଦ୍ୱାରା କରାଯାଇଥିବା ଏହି ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ପହଲଗାଓଁ ଆକ୍ରମଣ ପ୍ରତିବାଦରେ ଭାରତର ଥିଲା ଏହା କଡ଼଼ା ଜବାବ। ଏହି ଯୁଦ୍ଧ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ଅସୀମ ମୁନିର ଭାରତର ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ପାକିସ୍ତାନ ସେନା ଫିଲ୍ଡ ମାର୍ଶଲ ଅସୀମ ମୁନିରଙ୍କ ଦାବିର ପର୍ଦ୍ଦାଫାସ କଲେ ବାୟୁସେନା ମୁଖ୍ୟ।