ନିଜ ଘରୋଇ ମାଟିରେ ଭାରତୀୟ ବ୍ୟାଟର ଏମିତି ଦୟନୀୟ ପ୍ରଦର୍ଶନ କରିବେ କୌଣସି କ୍ରିକେଟ୍ ପ୍ରେମୀ ସ୍ୱପ୍ନରେ ସୁଧା ଭାବି ନ ଥିଲେ । ପ୍ରଥମ ଦୁଇଟି ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଆଶା କରାଯାଉଥିଲା ଭାରତୀୟ ଦଳ ମୁମ୍ବାଇ ଟେଷ୍ଟ ଜିତି ନିଜର ସମ୍ମାନ ରଖି ପାରିବ । ହେଲେ ତୃତୀୟ ଟେଷ୍ଟରେ ଭାରତୀୟ ବ୍ୟାଟର ଆହୁରି ଲଜ୍ଜାଜନକ ପ୍ରଦର୍ଶନ କରି ଦଳକୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ତୃତୀୟ ଟେଷ୍ଟକୁ ନ୍ୟୁଜିଲାଣ୍ଡ ୨୫ ରନରେ ଜିତି ସିରିଜ ୩-୦ରେ କ୍ଲିନ ସୁଇପ୍ କରି ଇତିହାସ ରଚିଛି । ନ୍ୟୁଜିଲାଣ୍ଡ ଦ୍ୱାରା ଧାର୍ଯ୍ୟ ୧୪୭ ରନକୁ ପିଛା କରିବାକୁ ଯାଇ ଭାରତ କିୱି ସ୍ପିନର ଏଜାଜ ପଟେଲଙ୍କ ଆଗରେ ଆତ୍ମ ସମର୍ପଣ କରି ୧୨୧ ରନରେ ଅଲଆଉଟ୍ ହୋଇଛି । ଆଉ ଦୀର୍ଘ ୯୧ ବର୍ଷ ପରେ ଭାରତ ନିଜ ଘରୋଇ ମାଟିରେ ଟେଷ୍ଟ ସିରିଜରେ ୩-୦ରେ ମୂଳପୋଛ ହେବାର ଅପବାଦ ମୁଣ୍ଡାଇଛି ।