ସଂଚାର ବ୍ୟୁରୋ: ଭାରତକୁ ମିଳିପାରେ ସ଼୍ବର୍ଣ୍ଣ ପଦକ, ଫାଇନାଲ୍ରେ ପଦାର୍ପଣ କରିବେ ନୀରଜ । ପ୍ୟାରିସ ଅଲିମ୍ପିକ୍ସର ୧୩ତମ ଦିନରେ ଭାରତବାସୀଙ୍କ ନଜର ଜାଭେଲିନ୍ ଇଭେଣ୍ଚ ଉପରେ ରହିଛି । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ୮୭.୫୮ ମିଟର ଥ୍ରୋ କରି ସ଼୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ଅନ୍ୟ ଆଥଲେଟଙ୍କ ତୁଳନାରେ ଜାଭେଲିନ ସବୁଠାରୁ ଅଧିକ ମିଟର ଫିଙ୍ଗିଥିଲେ । ପୁନର୍ବାର ଅଲିମ୍ପିକ ସ଼୍ବର୍ଣ୍ଣ ପଦକ ଜିତିବା ପାଇଁ ନୀରଜ ଆଜି ପଦକ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୩ଟି ବ୍ରୋଞ୍ଜ ଜିତି ଥିବାରୁ ନୀରଜଙ୍କ ଠାରୁ ସ଼୍ବର୍ଣ୍ଣ ଆଶା କରାଯାଉଛି ।