ସଂଚାର ବ୍ୟୁରୋ: ଦେଶରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ କେଉଁ ରାଜ୍ୟରେ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହାର ରିପୋର୍ଟ ପ୍ରକାଶ ପାଇଚି । ଦେଶର ଏପର୍ଯ୍ୟନ୍ତ ୨୭୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ
କେରଳରେ ସର୍ବାଧିକ ୧୧୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୪୨୪, ଦିଲ୍ଲୀରେ ୨୯୪, ଗୁଜରାଟରେ ୨୨୩, ତାମିଲନାଡୁ ଓ କର୍ଣ୍ଣାଟକ-ରେ ୧୪୮ ଲେଖାଏଁ, ପଶ୍ଚିମବଙ୍ଗରେ ୧୧୬, ଆନ୍ଧ୍ର ପ୍ରଦେଶରେ ୧୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି ରାଜସ୍ଥାନରେ ୫୧, ଉତ୍ତରପ୍ରଦେଶରେ ୪୨, ପୁଡୁଚେରୀରେ ୩୫, ହରିୟାଣାରେ ୨୦, ମଧ୍ୟପ୍ରଦେଶରେ ୧୦, ଓଡ଼ିଶା ଓ ଗୋଆରେ ୭ ଲେଖାଏଁ, ଜାମୁକାଶ୍ମୀର ଓ ପଞ୍ଜାବରେ ୪ ଲେଖାଏଁ, ଅରୁଣାଚଳ ଓ ଛତିଶଗଡ଼ ଓ ତେଲେଙ୍ଗାନାରେ ୩ ଲେଖାଏଁ, ଆସାମ ଓ ମିଜୋରାମରେ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।