ସଂଚାର ବ୍ୟୁରୋ: ଭାରତ ଓ ଆମେରିକା ମଧ୍ଯରେ ମେଗା ପ୍ରତିରକ୍ଷା ଚୁକ୍ତି ୩୨ ହଜାର କୋଟି ଟଙ୍କାର ପ୍ରିଡେଟେର ଡ୍ରୋନ ଲାଗି ଦୁଇଅ ଦେଶ ମଧ୍ଯରେ ହୋଇଛି ରାଜିନାମା। ଆମେରିକାର ଜେନେରାଲ ଆଟୋମିକ୍ସ ଦ୍ବାରା ନିର୍ମିତ ଏମକ୍ଯୁ-୯ବି ହାଇଆଟିଚ୍ଯୁଡ ଲଙ୍ଗ ଏଣ୍ଡୁରାନ୍ସ ୟୁଏଭି ବର୍ଗର ୩୧ଟି ଡ୍ରୋନ ପାଇବ ଭାରତ। ଏସବୁ ଲାଗି ଭାରତରେ ନିର୍ମାଣ ହେବ ରକ୍ଷଣାବେକ୍ଷଣ, ମରାମତି କେନ୍ଦ୍ର। ଏହି ଅତ୍ଯାଧୁନିକ ଡ୍ରୋନ ପାଇଲେ ଭାରତୀୟ ସଶସ୍ତ୍ର ବାହିନୀର ବଢ଼ିବ ସାମର୍ଥ୍ଯ। ଗତ ମାସରେ କ୍ବାଡ ସମ୍ମିଳନୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ଯରେ ହୋଇଥିବା ଆଲୋଚନା କ୍ରମେ ଏହି ରାଜିନାମା ହୋଇଛି। ଏହି ଡ୍ରୋନ ଜରିଆରେ ଭାରତୀୟ ସେନାର ସର୍ଭେଲାନ୍ସ ସାମର୍ଥ୍ଯ ବଢିବ। ଗତ ସପ୍ତାହରେ ନିରାପତ୍ତା ସଂକ୍ରାନ୍ତ କ୍ଯାବିନେଟ କମିଟି ବୈଠକରେ ଏହି ପ୍ରକଳ୍ପକୁ ଅନୁମତି ଦିଆଯାଇଥିଲା।