Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ଡାଲ ହ୍ରଦରେ ଦୁର୍ଘଟଣା: ପ୍ରବଳ ପବନ ଯୋଗୁଁ ଓଲଟିଲା ଡଙ୍ଗା

Sanchar Live by Sanchar Live
May 3, 2025
in ଭାରତ
0
0
SHARES
78
VIEWS
Facebook
Twitter

ଜମ୍ମୁ ଓ କଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୁକ୍ରବାର ହ୍ରଦରେ ଏକ ଶିକାରା (ନୌକା) , ଯେଉଁଥିରେ ପର୍ଯ୍ୟଟକମାନେ ଥିଲେ, ସେହି ଡଙ୍ଗାଟି ପ୍ରବଳ ପବନ ଯୋଗୁଁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଅନେକ ପର୍ଯ୍ୟଟକ ହ୍ରଦକୁ ଖସି ପଡିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଆସିଥିବା ଏକ ଭିଡିଓରେ ଦେଖାଯାଇଛି ଯେ, କେତେକ ଲୋକ ହ୍ରଦ ମଧ୍ୟରେ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି। ସ୍ଥାନୀୟ ଲୋକଙ୍କ ସହ ପୋଲିସ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏକ ରିପୋର୍ଟ ଅନୁସାରେ, ଜଣେବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି, କିନ୍ତୁ ଅନ୍ୟ ଜଣେ ବୁଡି ଯାଇଥିବା ସନ୍ଦେହ କରାଯାଉଛି।

ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଘଟଣା ହବ୍ବାକ ନିକଟବର୍ତ୍ତୀ ଡାଲ ହ୍ରଦରେ ଘଟିଥିବା ଜଣାପଡ଼ିଛି। ପ୍ରବଳ ପବନ ଯୋଗୁଁ ଡଙ୍ଗାଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି। ଏହା ପୂର୍ବରୁ ମଧ୍ୟ ଜମ୍ମୁ ଓ କଶ୍ମୀରରେ ନୌକା ଦୁର୍ଘଟଣା ଘଟିଥିଲା। ଗତ ବର୍ଷ ଏପ୍ରିଲ ୧୬, ୨୦୨୪ରେ ଶ୍ରୀନଗରର ଝେଲମ ନଦୀରେ ଏକ ନୌକା ଓଲଟି ପଡ଼ିଥିଲା, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଲୋକ ନିଖୋଜ ଥିଲେ। କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଉଛି।

Related posts

ମହିଳା ଶିଳ୍ପୋଦ୍ୟୋଗୀ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍ ଉପହାର

ମହିଳା ଶିଳ୍ପୋଦ୍ୟୋଗୀ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍ ଉପହାର

November 7, 2026
ଦୁନିଆରେ ସବୁଠାରୁ ସୁନ୍ଦର ମହିଳାମାନେ କେଉଁ ଦେଶରେ ରୁହନ୍ତି? ଦେଖନ୍ତୁ ଲିଷ୍ଟ

ଦୁନିଆରେ ସବୁଠାରୁ ସୁନ୍ଦର ମହିଳାମାନେ କେଉଁ ଦେଶରେ ରୁହନ୍ତି? ଦେଖନ୍ତୁ ଲିଷ୍ଟ

November 7, 2026
Tags: dal lakeJammukashmir

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ମହିଳା ଶିଳ୍ପୋଦ୍ୟୋଗୀ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍ ଉପହାର
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି
  • ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.