Tuesday, November 3, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ଆଇନରେ ପରିଣତ ହେଲା ଅପ୍ରବାସୀ ଓ ବିଦେଶୀ ବିଲ୍-୨୦୨୫

Sanchar Live by Sanchar Live
April 5, 2025
in ଭାରତ
0
0
SHARES
8
VIEWS
Facebook
Twitter

Related posts

ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା

ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା

November 3, 2026
ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ

ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ

November 2, 2026

ଆଇନରେ ପରିଣତ ହେଲା ଅପ୍ରବାସୀ ଓ ବିଦେଶୀ ବିଲ୍-୨୦୨୫ । ବିଲ୍ ଉପରେ ଶୁକ୍ରବାର ମୋହର ମାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫଳରେ ଜାଲ୍ ପାସପୋର୍ଟ ବା ଭିସା ହାସଲ କରି ଭାରତରେ ରହୁଥିବା ଲୋକମାନେ କଠୋର ଦଣ୍ଡର ସମ୍ମୁଖୀନ ହେବେ । ଯେଉଁମାନେ ଶିକ୍ଷା, ପର୍ଯ୍ୟଟନ, ସ୍ବାସ୍ଥ୍ୟସେବା, ବ୍ୟବସାୟ ଆଦି ଲାଗି ଭାରତ ଆସିବେ ସେମାନଙ୍କୁ ସ୍ବାଗତ କରାଯିବ । ମାତ୍ର ଯେଉଁମାନେ ଦେଶ ଲାଗି ବିପଦ ସେମାନଙ୍କ କ୍ଷେତ୍ରରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ । ଯେଉଁମାନେ ଦେଶର ନିରାପତ୍ତା ଲାଗି ବିପଦ ସେମାନଙ୍କୁ ଭାରତରେ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ । ଦେଶର ନିରାପତ୍ତା, ଅର୍ଥନୀତି, ବ୍ୟବସାୟର ବିକାଶ ଲାଗି ଏହି ଆଇନ ଉଦ୍ଦିଷ୍ଟ । ନୂଆ ଆଇନ ଯୋଗୁ ମ୍ୟାମାର ଓ ବାଂଲାଦେଶୀ ରୋହିଁଗ୍ୟାମାନଙ୍କ ଅନୁପ୍ରବେଶ ଉପରେ ରୋକ୍ ଲାଗିବ । ଭାରତରେ ପ୍ରବେଶ ଲାଗି ବା ରହିବା ଲାଗି ଯେଉଁମାନେ ଜାଲ୍ ପାସପୋର୍ଟ ବା ଭିସା ବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ କଡା ଦଣ୍ଡ ବ୍ୟବସ୍ଥା ରହିଛି । ପ୍ରାୟ ୭ ବର୍ଷ ଜେଲଦଣ୍ଡ ଓ ପ୍ରାୟ ୧୦ ଲକ୍ଷ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି । ହୋଟେଲ, ବିଶ୍ବବିଦ୍ୟାଳୟ, ଶିକ୍ଷା ପ୍ରତିଷ୍ଠାନ, ହସ୍ପିଟାଲ, ନର୍ସିଂହୋମ ବିଦେଶୀଙ୍କ ସମ୍ପର୍କରେ ତଥ୍ଯ ଦେବାକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବ୍ୟକ୍ତି ବିନା ବୈଧ ପାସପୋର୍ଟ ଓ ଟ୍ରାଭେଲ ଡକୁମେଣ୍ଟ ବିନା ଭାରତର ଯେ କୌଣସି ସ୍ଥାନରେ ପ୍ରବେଶ କରନ୍ତି ତେବେ ତାହା ଦେଶର ଆଇନର ଉଲ୍ଲଂଘନ ବୋଲି ବିଚାର କରିବାକୁ ହେବ । ଏକ୍ଷେତ୍ରରେ ୫ ବର୍ଷ ଯାଏ ଜେଲଦଣ୍ଡ ବା ପ୍ରାୟ ୫ ଲକ୍ଷ ଯାଏ ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବ । ବର୍ତ୍ତମାନ ବିଦେଶୀ ଓ ପ୍ରବାସୀଙ୍କ ଲାଗି ଚାରିଟି ଆଇନ ଲାଗୁ ରହିଛି । ନୂଆ ଆଇନ ଆସିବା ପରେ ପାସପୋର୍ଟ ଆଇନ ୧୯୨୦, ବିଦେଶୀଙ୍କ ପଞ୍ଜିକରଣ ଆଇନ ୧୯୩୯, ବିଦେଶୀଙ୍କ ଲାଗି ଉଦ୍ଦିଷ୍ଟ ଆଇନ ୧୯୪୬, ଅପ୍ରବାସୀ ଆଇନ ୨୦୦୦ ହଟିଛି ।

Tags: IMMIGRATION_BILL

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଭିଏଏମ୍ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି
  • ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା
  • ନେରିଡ଼ିୱାଲସାରେ ଓଡ଼ିଶା-ଆନ୍ଧ୍ର ପୁଲିସ ମୁହାଁମୁହିଁ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.