ସଂଚାର ବ୍ୟୁରୋ: ଓଡ଼ିଶାରେ ୨୫ ବର୍ଷର ସରକାରର ପତନ ଘଟି ଏକାକି ସରକାର ଗଠନ କରିଛି ବିଜେପି । ନୂଆ ସରକାର ଆସିବାକୁ ଦେଢ଼ ବର୍ଷ ହୋଇଗଲାଣି । ଯେତିକି ଖୁସିରେ ଲୋକେ ବିଜେପିକୁ ଭୋଟ ଦେଇଥିଲେ ଏବେ ସେତିକି ଖୁସି ନଥିବା କଥା ଚର୍ଚ୍ଚା ହେଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟ ରହିଥିବା ଏବେ ମୋହନ ମାଝୀଙ୍କୁ କୁହାଯାଉଛି ଲୋକଙ୍କ ମୁଖ୍ୟମନ୍ତ୍ରୀ । ଉଭୟଙ୍କ ଭାବମୂର୍ତ୍ତି ଆଜି ମଧ୍ୟ ଲୋକଙ୍କ ସମ୍ନାରେ ସମାନ ରହିଛି । ମାତ୍ର ଦଳୀୟ କର୍ମୀ ଏବଂ ନେତାଙ୍କ ପାଇଁ ଉଭୟ ବଦନାମ ହେଉଛନ୍ତି । କୁହାଯାଉଛି କି, ନବୀନ ଯେତିକି ଲୋକପ୍ରିୟ ଥିଲେ ମୋହନଙ୍କୁ ମଧ୍ୟ ଏବେ ଜନତା ସେତିକି ଭଲ ପାଉଛନ୍ତି । ସେପଟେ ବିଜେପି-ବିଜେଡି ଟକ୍କର ମଧ୍ୟରେ ଅଧିକ ଫାଇଦା ନେଉଛି କଂଗ୍ରେସ । ନୂଆ ପିସିସି ସଭାପତି ଭକ୍ତ ଦାସ ହେବା ପରେ କର୍ମୀଙ୍କ ମଧ୍ୟରେ ଜୋସ ଆସିଛି । ପୁରୁଣା ନେତାଙ୍କୁ ପୁଣି ଦଳକୁ ଫେରାଇ ଆଣିବା ପରେ ରାଜ୍ୟରେ ଘଟୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବାରମ୍ବାର ସରକାରଙ୍କୁ ଘେରୁଛି କଂଗ୍ରେସ । ଏମିତିକି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଧିରେ ଧିରେ ଲୋକଙ୍କ ମନ କଂଗ୍ରେସ ପ୍ରତି ଢ଼ଳୁଛି । କୁହାଯାଉଛି କି, ଏବେ କଂଗ୍ରେସର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଏବେ ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । କେହି କାହାକୁ ଛାଡ଼ୁନାହାନ୍ତି । ପ୍ରତି ଘଟଣାରେ ଜବାବ ସୁଆଲ ଲାଗି ରହୁଛି । ତେବେ କିଏ କହୁଛି କଂଗ୍ରେସ ଜିତିବ ତ ଆଉ କିଏ କହୁଛି ଏବେ ନିର୍ବାଚନ ହେଲେ ବିଜେଡି ଜିତିବ । ସେପଟେ ଆଉ କିଏ କହୁଛି ବିଜେପି ୧୫ ବର୍ଷ ଶାସନ କରିବ । ତେବେ ଆପଣଙ୍କ ମତରେ କିଏ ଜିତିବ କମେଣ୍ଟ ମାଧ୍ୟମରେ ଜଣାନ୍ତୁ…