Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ହାଇଦ୍ରାବାଦରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

Sanchar Live by Sanchar Live
August 12, 2024
in ଅପରାଧ
0
ହାଇଦ୍ରାବାଦରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ହାଇଦ୍ରାବାଦରୁ ଆସିଲା ଦୁଖଦଃ ଖବର। ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଜଣେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଘଟଣା ପ୍ରଘଟ ଭୟରେ ଦୁଷ୍କର୍ମୀମାନେ ମୃତଦେହକୁ ଟାଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଅପଚେଷ୍ଟା କରିଛନ୍ତି । ଘଟଣାକୁ ୪ଦିନ ବିତିଯାଇଥିବାବେଳେ ପୀଡ଼ିତାଙ୍କ ମୃତଦେହକୁ ପରିବାର ସଦସ୍ୟ ଦେଖିପାରି ନାହାନ୍ତି ।

କାରଣ ମୃତଦେହ କେଉଁଠି ଅଛି ତାହା ସ୍ପଷ୍ଟ କରୁନି ପୁଲିସ୍ । ତେଣୁ ମୃତଦେହକୁ ଗାଏବ କରି ଦିଆଯାଇଛି ନଚେତ୍ ପୋଡ଼ିଦିଆଯାଇଛି ବୋଲି ସନ୍ଦେହ କରିଛନ୍ତି ପରିବାର ଲୋକେ । ଏଭଳି ସମ୍ବେଦନଶୀଳ ତଥା ସ୍ପର୍ଶକାତର ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ କରିବାକୁ ନିବେଦନ କରିଛି ପୀଡ଼ିତାଙ୍କ ପରିବାର ।

ମୃତ ଯୁବତୀ ଜଣକଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ୨୨ ବର୍ଷୀୟ ଉକ୍ତ ଯୁବତୀ ଜଣଙ୍କ ରୋଜଗାର ଆଶାରେ ୪ ବର୍ଷ ତଳେ ହାଇଦ୍ରାବାଦ ଯାଇଥିଲେ । ପ୍ରଥମେ ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେଠାରୁ ଚାକିରି ଛାଡ଼ିବା ପରେ କୁରୁକୁଣ୍ଡା ବିଦ୍ୟା ନିକେତନ ନାମକ ଘରୋଇ ଶିକ୍ଷାନୁଷ୍ଠାନରେ ୨ ବର୍ଷ ହେଲା ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ଗତ ୬ ତାରିଖ ରାତିରେ ବିଦ୍ୟାଳୟ ବନ୍ଦ ଥିଲା ।

କର୍ମଚାରୀମାନେ ଆସି ନ ଥିଲେ । ପଦସ୍ଥ ଅଧିକାରୀ ମଧ୍ୟ ଅନୁପସ୍ଥିତ ଥିଲେ । ରାତିରେ ଉକ୍ତ ସ୍କୁଲରେ କାର୍ଯ୍ୟରତ ୪ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିବା ପରେ ଶୋଇବା ଘର ଫ୍ୟାନ୍ରେ ଟାଙ୍ଗି ଦେଇଥିଲେ । ଘଟଣା ପ୍ରଘଟ ହେବା ପରେ ପୁଲିସ୍ ତଦନ୍ତ କରିବା ସହ ଯୁବତୀଙ୍କ ପରିବାରକୁ ଖବର ଦେଇଥିଲା । ସୂଚନା ପାଇ ୪ ଦିନ ହେଲା ମା’ ଏବଂ ସମ୍ପର୍କୀୟ ହାଇଦ୍ରାବାଦକୁ ଯାଇଛନ୍ତି । ହେଲେ ଅଦ୍ୟାବଧି ଝିଅର ମୃତଦେହ ଦେଖିପାରିନାହାନ୍ତି । ଫଳରେ ମରଶରୀର କେଉଁଠି ଅଛି ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ସେମାନେ । ଏ ନେଇ ଯୁବତୀଙ୍କ ମା’ ସେଠାକାର ଥାନାରେ ଅଭିଯୋଗ କରିଛନ୍ତି । ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି ।

ଯୁବତୀ ଜଣଙ୍କ ସ୍କୁଲର ପଦସ୍ଥ ଅଧିକାରୀ ଏବଂ ୪ଜଣ ଯୁବକଙ୍କୁ ୨ ବର୍ଷ ହେଲା ରୋଷେଇ କରି ଖାଇବାକୁ ଦେଉଥିଲେ । ସେ ନିଜେ ମଧ୍ୟ ସେମାନଙ୍କ ସହ ଖାଉଥିଲେ । ହେଲେ ୭ ତାରିଖରେ ପୁଲିସ୍ଠାରୁ ଝିଅର ମୃତ୍ୟୁ ଖବର ମିଳିଥିଲା । ଏହାକୁ ପରିବାର ଲୋକ ସହଜରେ ବିଶ୍ୱାସ କରିପାରି ନ ଥିଲେ । ହାଇଦ୍ରାବାଦ୍ ପୁଲିସ୍ ଅଭିଯୁକ୍ତ ଯୁବକଙ୍କୁ ଜେରା କରି କଠୋର ଦଣ୍ଡବିଧାନ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

Tags: crimehydrabadrape
ShareTweetShareSend
Sanchar Live

Sanchar Live

Next Post
ପ୍ରବାସୀ ବଙ୍ଗାଳୀ ଶ୍ରମିକଙ୍କୁ ମାଡ଼ ଅଭିଯୋଗ, ମୋହନଙ୍କ ସହ କଥା ହେଲେ ମମତା

ପ୍ରବାସୀ ବଙ୍ଗାଳୀ ଶ୍ରମିକଙ୍କୁ ମାଡ଼ ଅଭିଯୋଗ, ମୋହନଙ୍କ ସହ କଥା ହେଲେ ମମତା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.